Latest Odisha News

BREAKING NEWS

ଆସନ୍ତାକାଲି ୩ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ୧୦ ହଜାର ତଳକୁ ଖସୁନି ଆକ୍ରାନ୍ତ ସଂଖ୍ୟା । ଏଭଳିସ୍ଥିତିରେ ସଂକ୍ରମରକୁ ରୋକିବା ପାଇଁ ରାଜ୍ୟରେ ଜାରି ରହିଛି ଟିକାକରଣ । କିନ୍ତୁ ଆବଶ୍ୟକ ପରିମାଣର ଟିକା ନଥିବାରୁ ବାଧାପ୍ରାପ୍ତ ହେଉଛି ଟିକାକରଣ । ଯେଉଁଥିପାଇଁ ଆସନ୍ତାକାଲି ରାଜ୍ୟର ୩ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଏହି ଜିଲ୍ଲାଗୁଡିକ ହେଲା – ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ଲକ୍ଷ ୧୨ ହଜାର ୧୧୮ ଜଣ ଟିକା ନେଇ ସାରିଲେଣି । ତେବେ ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡର ୮୨ ହଜାର ୩୦ ଡୋଜ୍ ଓ କୋଭାକ୍ସିନର ୩ ଲକ୍ଷ ୬୫ ହଜାର ୨୯୦ ଡୋଜ୍ ଉପଲବ୍ଧ ଅଛି । ସେହିପରି ଓଡ଼ିଶା କିଣିଥିବା କୋଭାକ୍ସିନର ୪୧ ହଜାର ୧୦ ଡୋଜ୍ ଥିବା ବେଳେ କୋଭିସିଲ୍ଡର ୩ ଲକ୍ଷ ୮୩ ହଜାର ୩୦ ଡୋଜ୍ ରହିଛି ।

Comments are closed.