Latest Odisha News

BREAKING NEWS

କରୋନା ସଂକ୍ରମିତଙ୍କ ସାହା ଭରସା “ସିଲିଣ୍ଡର୍ ବିଟିଆ”

ଶାହାଜାହାନପୁର (ଉ.ପ୍ର): କିଛିଦିନ ତଳେ ଏକାଧିକ ନ୍ୟୁଜ୍ ଏଜେନ୍ସି ଉତ୍ତରପ୍ରଦେଶ ଶାହଜାହାନପୁର ଅଂଚଳର ସିଲିଣ୍ଡର ବିଟିଆକୁ ନେଇ ଚର୍ଚ୍ଚା ଉଠାଇଥିଲେ । ଅନେକ ଖୋଜାଖୋଜି ପରେ ଶେଷରେ ସିଲିଣ୍ଡର ବିଟିଆର ସମସ୍ତ ବିବରଣୀ ହସ୍ତଗତ ହୋଇଛି ।

୨୬ ବର୍ଷୟା ଯୁବତୀ । ପରିଚୟ ଅର୍ସି ଅନସାରୀ । ଏହି ଯୁବତୀଙ୍କୁ ଏକ ଫୋନ୍ କଲ୍ କିମ୍ବା ମେସେଜ ଗଲା ମାତ୍ରେ ସେ ଅକ୍ସିିଜେନ୍ ସିଲିଣ୍ଡର ଧରି କରୋନା ରୋଗୀଙ୍କ ନିକଟରେ ପହଂଚିଯାଆନ୍ତି । ତେବେ ଏଥିପାଇଁ ସେ କୌଣସି ପ୍ରକାର ଅର୍ଥ ଦାବି କରୁନଥିବା ସମସ୍ତଙ୍କୁ ଚକିତ କରିଛି ।

ଅର୍ସିଙ୍କ ବାପା ମସଖୁର ରମଜାନ୍ ପ୍ର୍ରଥମ ଦିନ ଅପ୍ରେଲ୍ ୨ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ । ସେ ସମୟରେ ଘରେ ଚିକିତ୍ସିତ ହେଉଥିବା ଅର୍ସିଙ୍କ ବାପା ଅକ୍ସିଜେନ୍ ଆବଶ୍ୟକ ମନେ କରିଥିଲେ । ଅକ୍ସିଜେନ୍ ପାଇଁ ଅର୍ସି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଘରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ସେମିତି ପ୍ରବନ୍ଧ ନାହିଁ ବୋଲି ତାଙ୍କୁ ଉତ୍ତର ମିଳିଥିଲା ।

ମଦାର ଖେଲ୍ ଅଂଚଳରେ ରହୁଥିବା ଅର୍ସି ପରେ ଜିଲ୍ଲା ହସ୍ପିଟାଲକୁ ଦୌଡିଦୌଡି ନୟାନ୍ତ ହୋଇଥିଲେ ହେଁ ଅକ୍ସିିଜେନ ଯୋଗାଡ କରିବାରେ ବିଫଳ ହୋଇଥିଲେ । ଶେଷରେ ପୁଣିଥରେ ସେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ହେଲେ ଏଥର ତାଙ୍କୁ ଏକ ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରାଯାଇଥିଲା । ସମୟକ୍ରମେ ଅର୍ସିଙ୍କ ବାପା ସୁସ୍ଥ ହୋଇଥିଲେ । ହେଲେ ସେବେଠୁ ଅର୍ସି ଏକ ପ୍ରତିଜ୍ଞା କରିଥିଲେ ।

କରୋନା ମାହାମାରୀରେ ଯେପରି ଅକ୍ସିଜେନ ପାଇଁ କେହି ମୃତ୍ୟୁବରଣ ନକରନ୍ତୁ । ସେଥିପାଇଁ ସେ ଏକ ହ୍ୱାଟ୍ସଆପ୍ ଗ୍ରୁପ କରି ନିଜ ଅଭିଯାନ ଆରମ୍ଭ କରିଥିଲେ । ଅକ୍ସିିଜେନ୍ ପାଇଁ ଡାକରା ପାଇବା ମାତ୍ରେ ସେ ବିନା କାହାରି ସହାୟତାରେ ନିଜ ସ୍କୁଟିରେ ଅକ୍ସିଜେନ୍ ସିଲିଣ୍ଡର ଧରି ଗନ୍ତବ୍ୟସ୍ଥଳକୁ ବାହାରିପଡନ୍ତି । ଏପରିକି ଅକ୍ସିଜେନ ଭର୍ତ୍ତି ସିଲିଣ୍ଡର ବିନା ଶୁଳ୍କରେ ଦେବା ସହ ଖାଲି ସିଲିଣ୍ଡର ଭର୍ତ୍ତି ଅନୁରୋଧକୁ ମଧ୍ୟ ରକ୍ଷା କରିଥାନ୍ତି ।

ରମଜାନ ମାସରୁ ସେ ଅକ୍ସିଜେନ ବାଣ୍ଟିବା ଅଭିଯାନ ଆରମ୍ଭ କରିଥିଲେ ହେଁ ଆଜି ଯାଏଁ ଥକିପଡିନାହାଁନ୍ତି କି କରୋନା ସଂକ୍ରମଣ ତାଙ୍କୁ ଭୟଭୀତ କରିପାରିନି । ପ୍ରଥମେ ତାଙ୍କୁ କିଛି ଯୁବକ ଟାହିଟାପରା କରିଥିଲେ, ହେଲେ ଅର୍ସିଙ୍କ ଦୃଢ ମାନସିକତା ତାଙ୍କୁ ଚୁପ୍ କରିବାକୁ ଅଧିକ ସମୟ ନେଇନଥିଲା । ଖାସ ସେଥିପାଇଁ ଅର୍ସି ଅନସାରୀ ଏବେ ସିଲିଣ୍ଡର ବିଟିଆ ନାମରେ ବେଶ ପରିଚିତ ।

Leave A Reply

Your email address will not be published.