Latest Odisha News

BREAKING NEWS

ରାଜଧାନୀରେ ୮ ହଜାର ଟପିଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଶନିବାର ରାଜଧାନୀରେ ଚିହ୍ନଟ ୧୦୯୩ଟି ନୂଆ ମାମଲା ସହ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଛି । ଶନିବାର ୧୨୧ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ ୫୦୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରେ ପଟିଆରୁ ସର୍ବାଧିକ ୬୩ ଜଣ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୬୨ ଜଣ, ଓଲ୍ଡ ଟାଉନରୁ ୫୭ ଜଣ, ଖଣ୍ଡଗିରିରୁ ୩୭, ବରମୁଣ୍ଡାରୁ ୩୫ ଏବଂ ଚନ୍ଦ୍ରଶେଖରପୁରରୁ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବିଏମସି ଅଞ୍ଚଳରେ ୧୦୯୩ଟି ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ସକ୍ରିୟ ସଂକ୍ରମଣ ମାମଲା ୮ ହଜାର ୧୬୮କୁ ବୃଦ୍ଧି ପାଇଛି । ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର ୫୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭ ହଜାର ୫୪ ଜଣ ସୁସ୍ଥ ହୋଇଛନ୍ତି । ୨୬୫ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.