Latest Odisha News

ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ଜଳିଗଲେ ୭୪ ଯାତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ। ୭୪ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଆସୁଥିବା ଋଷ ବିମାନ ଆଇଏଲ-୬୭ ୟୁକ୍ରେନ ସୀମା ନିକଟ ପଶ୍ଚିମ ବେଲଗୁଡ ଠାରେ କ୍ରାସ ହୋଇଥିବା ସୂଚନା ମିଳିଛି। ଅଦଳ ବଦଳ ଚୁକ୍ତି ମୁତାବକ ୟୁକ୍ରେନକୁ ନିଆଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଋଷ ପକ୍ଷରୁ ସୂଚନା ମିଳିଛି।

ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ଅନୁସାରେ, ୬୫ ଯୁଦ୍ଧବନ୍ଦୀଙ୍କ ସମେତ ୬ପାଇଲଟ ଓ ଟିମ ଏଥିସହ ଅନ୍ୟ ୩ ଜଣ ବିମାନରେ ଯାତ୍ରା କରୁଥିଲେ । ହଠାତ ମଝି ଆକାଶରେ ବିମାନଟି କ୍ରାସ ହୋଇଯାଇଥିଲା। କୋରୋଚସ୍କି ଜିଲ୍ଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାରକାରୀ ଦଳ ଏହି ସ୍ଥାନରେ ପହଂଚିସାରିଛନ୍ତି ।

ଋଷର ସ୍ଥାନୀୟ ରାଜ୍ୟପାଳ ବୟାଚେସ୍ଲାବ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ସେ ଘଟଣା ସ୍ଥଳକୁ ଯାଇ ଏହାର ନୀରିକ୍ଷଣ କରିବେ । ତେବେ ଏହି ବିମାନଟି ବିଶେଷ ଭାବେ ସେନା ପାଇଁ ବ୍ୟବହାର କରାଯାଏ । ଏଥିରେ ସୈନ୍ୟ ଉପକରଣ ଓ ଅସ୍ତ୍ରଶସ୍ତ୍ର ସହ ୯୦ ଜଣ ଯାତ୍ରୀ ନେଇପାରିବାର କ୍ଷମତା ରହିଛି ।

Comments are closed.