Latest Odisha News

BREAKING NEWS

ଫେବୃଆରୀ ୧୬ରୁ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀ ସଂପଦ ସମାବେଶ।ଜନତା ମଇଦାନଠାରେ ଚାଲିବ ଏହି ସମାବେଶ। ଏହା ପୂର୍ବରୁ ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆଜି କୃଷି ଭବନଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ସମାବେଶର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳିଧରିବା ପାଇଁ ବିଭାଗ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି।ସମାବେଶରେ ବିଭିନ୍ନ ପ୍ରାଣୀପାଳନ ଓ ମତ୍ସ୍ୟଚାଷର ପ୍ରଦର୍ଶନୀ ମଣ୍ଡପ ଖୋଲାଯିବା ସହିତ ଉନ୍ନତ କିସମର ପ୍ରାଣୀସଂପଦ ଓ ମତ୍ସ୍ୟଚାଷର ଲାଇଭ୍ଡେମୋନ୍‌ଷ୍ଟ୍ରେସନ୍, ବିଭିନ୍ନ ଯନ୍ତ୍ରପାତି ଓ ଉପକରଣର ପ୍ରଦର୍ଶନୀ କରାଯିବ। ଚାଷୀ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନାଚକ୍ର, ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ।ସମାବେଶରେ ରାଜ୍ୟରୁ ପ୍ରାୟ ୬ ହଜାର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗନେବେ । ପ୍ରତିଦିନ ଜିଲ୍ଲାରୁ ପ୍ରାୟ ୨ ହଜାର ଚାଷୀ ଏଥିରେ ଯୋଗଦେବେ ।

ସମାବେଶରେ ମିଶନ ଶକ୍ତି, ସମବାୟ, ନାବାର୍ଡ, ଜଳସଂପଦ ବିଭାଗ, ଓର୍‌ମାସ୍, ଓଡ଼ିଶା ଜୀବିକା ମିଶନ, ପ୍ରାଣୀମଙ୍ଗଳ ଅନୁଷ୍ଠାନ, ମୃଭିକା ସଂରକ୍ଷଣ, କୃଷି ଓ ଉଦ୍ୟାନ କୃଷି ଆଦି ବିଭାଗର ମଧ୍ୟ ଷ୍ଟଲ ପ୍ରଦର୍ଶିତ ହେବ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଆନ୍, ସୋଆ, ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ସମେତ ବିଭିନ୍ନ କର୍ପୋରେଟ୍‌ ସଂସ୍ଥା ପକ୍ଷରୁ ମଧ୍ୟ ଷ୍ଟଲ ଖୋଲାହେବ । ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶର ଆୟୋଜନ ଦ୍ଵାରା ରାଜ୍ୟର ଚାଷୀମାନେ ପ୍ରାଣୀପାଳନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ସଂପର୍କରେ ସଚେତନ ହେବେ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ।

 

Leave A Reply

Your email address will not be published.