Latest Odisha News

BREAKING NEWS

ଟ୍ରମ୍ପଙ୍କୁ ମୋଦିଙ୍କ ଫୋନ୍: ସିଧା କହିଦେଲେ, ‘ନା ମଧ୍ୟସ୍ଥତା ଗ୍ରହଣ କରିଥିଲା, ନା କେବେ କରିବ….’

ନୂଆଦିଲ୍ଲୀ: ଭାରତ-ପାକ୍ ଅସ୍ତ୍ରବିରତିରେ ନା ଆମେରିକା ମଧ୍ୟସ୍ଥି କରିଥିଲା, ନା କୌଣସି ବାଣିଜ୍ୟ ଆଲୋଚନା ହୋଇଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧରେ, ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ଫୋନ୍ କଲରେ ସିଧାସଳଖ କଥା ହୋଇଥିବା ବେଳେ, ଭାରତ ପାକିସ୍ତାନ ଅସ୍ତ୍ରବିରତିରେ ଆମେରିକାର ଭୂମିକା ନେଇ ସ୍ପଷ୍ଟ କରିଛନ୍ତି ମୋଦି । ଉଭୟ ନେତାଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିବା ବେଳେ ଏହି କଥାକୁ ସ୍ପଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଥିଲେ ଯେ ଗତ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବାରେ ଆମେରିକାର କୌଣସି ଭୂମିକା ନାହିଁ ଏବଂ ଶତ୍ରୁତା ସମୟରେ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି ଉପରେ କୌଣସି ଆଲୋଚନା ହୋଇନାହିଁ ।

ତେବେ  ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ମାଧ୍ୟମରେ ସିଧାସଳଖ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଅପରେସନ ସିନ୍ଦୂର ଉପରେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୩୫ ମିନିଟ୍ ଧରି କଥା ହୋଇଥିଲେ। ଟ୍ରମ୍ପଙ୍କ ଅନୁରୋଧରେ ଆଜି ଉଭୟ ନେତାଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା। ଏହି ଆଲୋଚନା ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାନାଡାରୁ ଆମେରିକା ଡାକିଥିଲେ, କିନ୍ତୁ ଆଗାମୀ ଗସ୍ତରେ ବ୍ୟସ୍ତ ଥିବାରୁ ପ୍ରଧାନମନ୍ତ୍ରୀ ଆମେରିକା ଯିବାକୁ ମନା କରିଦେଇଥିଲେ।

ଯାହାକୁ ନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ଉପରେ ଭାରତର ମତ ରଖିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମିଶ୍ରି କହିଛନ୍ତି ଯେ ଆତଙ୍କବାଦ ବିରୁଦ୍ଧରେ ଭାରତର ଅପରେସନ ସିନ୍ଦୂର ଜାରି ରହିଛି ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ଟ୍ରମ୍ପଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଇସ୍ରାଏଲ-ଇରାନ ଉତ୍ତେଜନା ଉପରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ କାହାର ମଧ୍ୟସ୍ଥତା ଗ୍ରହଣ କରିନାହିଁ। ଯୁଦ୍ଧବିରତି ଉପରେ ଆମେରିକା ସହିତ କୌଣସି ଆଲୋଚନା ହୋଇନାହିଁ।

ଏଥିସହିତ ବିକ୍ରମ ମିଶ୍ର ଏହା ବି କହିଛନ୍ତି ଯେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଥିଲେ ଯେ ଅପରେସନ ସିନ୍ଦୁର ସହିତ ଜଡିତ କୌଣସି ବିଷୟରେ ବାଣିଜ୍ୟ ସମ୍ପର୍କିତ କୌଣସି ଆଲୋଚନା ହୋଇନାହିଁ। ଭାରତ କେବଳ ପାକିସ୍ତାନର ଅନୁରୋଧରେ ଯୁଦ୍ଧବିରତି କରିଛି। ଭାରତ କେବେବି କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣ କରେ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ କରିବ ନାହିଁ। ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ ଜୋର ଦେଇ କହିଛନ୍ତି ଯେ ଏବେ ଭାରତ ଆତଙ୍କବାଦର ଘଟଣାଗୁଡ଼ିକୁ ଏକ ପ୍ରକ୍ସି ଯୁଦ୍ଧ (ପରଦା ପଛରେ ଲଢ଼େଇ) ଭାବରେ ଦେଖିବ ନାହିଁ ବରଂ ଏକ ସିଧାସଳଖ ଯୁଦ୍ଧ କାର୍ଯ୍ୟ ଭାବରେ ଦେଖିବ।

ଗତ ମାସରେ ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିଲେ ଏବଂ ବାଣିଜ୍ୟ ବନ୍ଦ କରିବାର ଧମକ ଦୁଇ ଦେଶକୁ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ କରିଥିଲା । ଏନେଇ ପୂର୍ବରୁ ଭାରତ ତାର ପକ୍ଷ ସ୍ପଷ୍ଟ କରିଥିବା ବେଳେ କିନ୍ତୁ ଟ୍ରମ୍ପଙ୍କ ମତ ଦ୍ବନ୍ଦ୍ବରେ ରଖିଥିଲା ।

ତେବେ କହିରଖୁଛୁ, ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଟ୍ରମ୍ପଙ୍କୁ ୧୭ ଜୁନରେ ଜି-୭ ଶିଖର ସମ୍ମିଳନୀ ଛାଡି ଆମେରିକା ଫେରିବାକୁ ପଡିଲା। ଇସ୍ରାଏଲ ଏବଂ ଇରାନ ଯୁଦ୍ଧ ଯୋଗୁଁ ତାଙ୍କୁ ହଠାତ୍ ଗୋଟିଏ ଦିନ ପୂର୍ବରୁ ଫେରିବାକୁ ପଡିଲା। ଏହି କାରଣରୁ, ଏହି ସାକ୍ଷାତ ହୋଇପାରିଲା ନାହିଁ। ଏହା ପରେ, ଟ୍ରମ୍ପଙ୍କ ଅନୁରୋଧରେ, ଉଭୟ ନେତା ଫୋନରେ କଥା ହୋଇଥିଲେ। ଏହି ଆଲୋଚନା ପ୍ରାୟ ୩୫ ମିନିଟ୍ ଧରି ଚାଲିଥିଲା ।

Comments are closed.