Latest Odisha News

BREAKING NEWS

No-Trust Motion: ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ରାୟଗଡ଼ା: ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଅନାସ୍ଥା ପ୍ରସ୍ତାବ ଆଣିଲେ ୧୯ କାଉନସିଲର। ରାୟଗଡ଼ା ପୌରସଂସ୍ଥାର ଉପାଧ୍ୟକ୍ଷା ବିଜେଡି ନେତ୍ରୀ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଜି କାଉନସିଲରମାନେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାପଡିଛି। ଏନେଇ ଆଜି ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦେଇଛନ୍ତି। ରାୟଗଡ଼ା ପୌରସଂସ୍ଥା ୨୪ ଜଣ କାଉନସିଲର ଦ୍ୱାରା ଗଠିତ।

ସୂଚନା ଅନୁସାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଭାସ୍କର ରାଓଙ୍କ ସମର୍ଥିତ ନିର୍ବାଚିତ ପ୍ରତିନିଧିମାନେ ଏହି ପଦକ୍ଷେପ ନେଇଛନ୍ତି। ରାୟଗଡ଼ା ପୌରସଂସ୍ଥାର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ସୁଧୀର ଦାସଙ୍କ ସମର୍ଥକ ଭାବେ ଜଣାଶୁଣା। ଅଗାମୀ ଦିନରେ ଜିଲ୍ଲାର ଆଉ କିଛି ବ୍ଲକରେ ଏଭଳି ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଏବଂ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଶୁଭ୍ରା ପଣ୍ଡା ଜଗନ୍ନାଥ ସାରକା ଏବଂ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସଙ୍କ ସମର୍ଥକ ଭାବରେ ଜଣାଶୁଣା। ଏନ ଭାସ୍କର ରାଓ, ଲାଲବିହାରୀ ହିମିରିକାଙ୍କ ଇସ୍ତଫା ଦେବା ପରେ ଭାସ୍କର ରାଓଙ୍କ ସମର୍ଥିତ ନିର୍ବାଚିତ ପ୍ରତିନିଧିମାନେ ଏହି ପଦକ୍ଷେପ ନେଇଛନ୍ତି।

 

Comments are closed.