Latest Odisha News

BREAKING NEWS

ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ଶୀତ ଉଭାନ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଋତୁ ହେଲେ ଏପର୍ଯ୍ୟନ୍ତ ଶୀତର ନାଁ ଗନ୍ଧ ନାହିଁ । କେବଳ ଦାରିଙ୍ଗବାଡି, ଜି.ଉଦୟଗିରି ଓ ସେମିଳିଗୁଡାର କିଛି ଅଞ୍ଚଳକୁ ଛାଡି ଦେଲେ ଆଉ ସବୁଠି ଶୀତ ଉଭାନ ରହିଛି । ତେବେ ଜଳବାୟୁ ପରିବର୍ତ୍ତନ ଏବଂ ମୌସୁମୀ ବାୟୁ ଫେରିଯିବା ପରେ ବାତ୍ୟା ଓ ବର୍ଷା ପ୍ରଭାବରୁ ଚଳିତ ବର୍ଷ ଶୀତ ଆସିବାରେ ବିଳମ୍ବ ହେଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୧୫.୩ଡିଗ୍ରୀ ରେକର୍ଡ ହୋଇଛି । ସୋମବାର ଏଠାରେ ରାତି ତାପମାତ୍ରା ୧୨.୨ଡିଗ୍ରୀ ଥିଲା । ସେହିପରି ଦାରିଙ୍ଗବାଡିରେ ୧୬.୫ଡିଗ୍ରୀ ଓ ଜି.ଉଦୟଗିରିରେ ୧୬.୮ଡିଗ୍ରୀ ଛୁଇଁଛି । ସମତଳ ଅଞ୍ଚଳ ମଧ୍ୟରେ ରାତି ତାପମାତ୍ରା ନବରଙ୍ଗପୁରରେ ୧୭.୬ ଡିଗ୍ରୀ ଏବଂ ଫୁଲବାଣୀରେ ୧୮ ଡିଗ୍ରୀ ରହିଛି । ସୁନ୍ଦରଗଡ, ରାଉରକେଲା, କେନ୍ଦୁଝର, ଅନୁଗୋଳ ଏବଂ ଭବାନୀପାଟଣାରେ ପାରଦ ୧୯ ଡିଗ୍ରୀକୁ ଖସିଛି ।

 

Comments are closed.