ନୂଆଦିଲ୍ଲୀ: ଭାଙ୍ଗିଗଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ। ମିଳିଲାନି ନୋବୋଲ୍ ଶାନ୍ତି ପୁରସ୍କାର । ଏଥିପାଇଁ ବିଶ୍ବରେ ହେଉଥିବା ଯୁଦ୍ଧରେ ବିରାମ ଦେବା ପାଇଁ ଯଥୋଚିତ ପ୍ରୟାସ କରିଥିଲେ ଟ୍ରମ୍ପ । ଏଯାବତ ୮ ଯୁଦ୍ଧ ଶେଷ କଲେଣି ବୋଲି ଦାବି ମଧ୍ୟ କରିଆସୁଛନ୍ତି । ହେଲେ ଏବେ ନରୱେ ରାଜଧାନୀ ଓସ୍ଲୋରେ ୨୦୨୫ ନେବାଲ୍ ପୁରସ୍କାର ନେଇ ନାମ ଘୋଷଣା ହୋଇଥିବା ବେଳେ ଏଥିରେ ଟ୍ରମ୍ପଙ୍କ ନାମ ନାହିଁ। ସେ କଳେବଳେ କୌଶଳେ ପୁରସ୍କାର ପାଇବା ପାଇଁ ଚେଷ୍ଟା କରିଥିଲେ। ଏଥିପାଇଁ ଲବି କରିଥିଲେ ଏବଂ ପୁରସ୍କାର ଘୋଷଣା କରୁଥିବା କମିଟିର ସଦସ୍ୟମାନଙ୍କ ସହିତ ମଧ୍ୟ କଥା ହୋଇଥିଲେ। ହେଲେ ସବୁ ଫେଲ ମାରିଲା। ଅଧା ରହିଗଲା ନୋବେଲ ଆଶା। ତେବେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆବେଦନ କରିବାରେ ତାଙ୍କର ବିଫଳତା ଏବଂ ଗାଜା ଶାନ୍ତି ଯୋଜନା ବର୍ତ୍ତମାନ ଅସ୍ଥାୟୀ ହେବା ତାଙ୍କ ସମ୍ଭାବନାକୁ ଦୁର୍ବଳ କରିଦେଇଛି। ଯେଉଁ କାରଣରୁ ନୋବେଲ ଶାନ୍ତି ପୁରସ୍କାର ପାଇବାର ତାଙ୍କର ସମ୍ଭାବନା କ୍ଷୀଣ ହୋଇଥିଲା।
ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି, ନିଜ କଥା ମନେଇବା ପାଇଁ ବନ୍ଧୁକୁ ଶତ୍ରୁରେ ପରିଣତ କରିବାକୁ ପଛାଉନଥିବା ଟ୍ରମ୍ପ ଏବେ ହାର ସହ୍ୟ କରିପାରିବେ ତ ?, ନୋବେଲ ଶାନ୍ତି ପୁରସ୍କାର ପାଇଁ ସେ ଯେତିକି ଉତ୍ସାହିତ ଥିଲେ, ଏବେ ତାଙ୍କ ନାଁ ନ ଆସିବାରେ ତାଙ୍କର ପ୍ରତିକ୍ରିୟା କ’ଣ ହେବ?
ଆମେରିକା ପ୍ରତି ଅପମାନ
ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ଅନେକ ସାର୍ବଜନୀନ ମଞ୍ଚରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟତା ଦାବି କରିସାରିଛନ୍ତି। ଏହା ବି ସ୍ପଷ୍ଟ କରିଛନ୍ତି ଯେ, ଯଦି ନୋବେଲ୍ ଶାନ୍ତି ପୁରସ୍କାର ତାଙ୍କୁ ନମିଳେ ତେବେ ଏହା ଆମେରିକା ପ୍ରତି ଅପମାନ ହେବ । “ତାଙ୍କୁ ପ୍ରାୟତଃ ନଅ ମାସରେ ଆଠଟି ଯୁଦ୍ଧ ବନ୍ଦ କରିବା ପାଇଁ ଶାନ୍ତି ପୁରସ୍କାର ମିଳିବା ଉଚିତ୍ । ଏବେ ଶାନ୍ତି ପୁରସ୍କାର ନମିଳିବାକୁ ଆମେରିକା ପାଇଁ ଅପମାନ ବୋଲି ବିବେଚନା କରିପାରନ୍ତି। ଯାହାକୁ ନେଇ ଜାତୀୟତାବାଦୀ ଭାବନାକୁ ଆକର୍ଷିତ କରି ଘଟଣାଗୁଡ଼ିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରି ସେ ସହାନୁଭୂତି ହାସଲ କରିପାରିବେ।
ନରୱେ ସହିତ ସମ୍ପର୍କ ଖରାପ
ରାଷ୍ଟ୍ରପତି ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ନ ପାଇବା ପରେ, ନରୱେ ସହିତ ଏବେ ସମ୍ପର୍କ ଖରାପ ହୋଇପାରେ। ଏନେଇ ପୂର୍ବରୁ ନରୱେର ସାଂସଦ କିର୍ଷ୍ଟି ବର୍ଗଷ୍ଟୋ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ କ’ଣ କରିବେ କେହି ଜାଣନ୍ତି ନାହିଁ, ତେଣୁ ବିଶ୍ୱ ତାଙ୍କ ଯେକୌଣସି ନିଷ୍ପତ୍ତି ପାଇଁ ପ୍ରସ୍ତୁତ ରହିବା ଉଚିତ। ଟ୍ରମ୍ପ ୟୁକ୍ରେନକୁ ନେଇ ରୁଷ ଏବଂ ତାଙ୍କର ନିକଟତମ ବନ୍ଧୁ ଭାରତକୁ ଧମକ ଦେଇଛନ୍ତି। ତେଣୁ, ଯଦି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ନ ମିଳେ, ତେବେ ସେ ନରୱେ ବିରୁଦ୍ଧରେ କୂଟନୈତିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ନରୱେକୁ ବାମପନ୍ଥୀ ବୋଲି ଆଖ୍ୟା ଦେଇପାରନ୍ତି। ସେ ଏହାକୁ ଏକ ଉଦାରବାଦୀ ଏଜେଣ୍ଡା ଥିବା ଦେଶ ବୋଲି କହିପାରନ୍ତି।
ଟାର୍ଗେଟରେ ରହିବ ନୋବେଲ୍ ପୁରସ୍କାର କମିଟି
ଏବେ ଟ୍ରମ୍ପ ପୁରସ୍କାର ନ ପାଇବା ପରେ କୁହାଯାଉଛି ସେ ପରାଜୟ ସହ୍ୟ ନକରିପାରି ନୋବେଲ୍ ପୁରସ୍କାର କିମିଟିକୁ ବି ଟାର୍ଗେଟ କରିପାରନ୍ତି । ସେ ପାଞ୍ଚ ଜଣ କମିଟି ସଦସ୍ୟ ଜର୍ଗେନ ଫ୍ରିଡନେସ୍, ଆସଲେ ଟୋଜେ, ଆନ୍ ଏଞ୍ଜର, କ୍ରିଷ୍ଟିନ୍ କ୍ଲେମେଟ୍ ଏବଂ ଗ୍ରି ଲାର୍ସେନ ଙ୍କ ବିରୁଦ୍ଧରେ ବୟାନ ଦେଇପାରନ୍ତି। ନୋବେଲ ପୁରସ୍କାର ଘୋଷଣା କରୁଥିବା କମିଟିକୁ ଏକ ପକ୍ଷପାତୀ ଏବଂ ରାଜନୈତିକ ଭାବରେ ପ୍ରେରିତ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କୁହାଯାଇପାରେ। ଯାହା ସେ ପୂର୍ବରୁ ୨୦୨୦ ନିର୍ବାଚନ ହାରିବା ବେଳେ କରିଥିଲେ । ନିର୍ବାଚନରେ ହାରିବା ପରେ, ସେ ବ୍ୟବସ୍ଥାକୁ ଦୋହଲାଇଥିବା ଅଭିଯୋଗ କରି ଏକ ଷଡ଼ଯନ୍ତ୍ର ଅଭିଯୋଗ କରିଥିଲେ।
Comments are closed.