Latest Odisha News

ଜେଲେଁସ୍କିଙ୍କୁ ମିଳିବ ନୋବେଲ ପୁରସ୍କାର !

କୀଭ: ରୁଷିଆ ବିରୋଧରେ ଲଢ଼ୁଥିବା ୟୁକ୍ରେନ ଏବଂ ଏହାର ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ଓ ପ୍ରଶଂସନୀୟ ହୋଇ ପଡିଛନ୍ତି । ରିପୋର୍ଟ ମୁତାବକ ୟୁରୋପର କେତେକ ବଡ ନେତା ଜେଲେଁସ୍କିଙ୍କୁ ନୋବେଲ ପୁରସ୍କାର ଦେବା ପାଇଁ ଦାବୀ କରିଛନ୍ତି । ଏଥିପାଇଁ ଏହାର ଚୂଡାନ୍ତ ସମୟକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି । ୨୦୨୨ ନୋବେଲ ଶାନ୍ତି ପୁରସ୍କାର ପାଇଁ ୨୫୧ ବ୍ୟକ୍ତିଙ୍କ ନାମ ୯୨ ସଂଗଠନ ପ୍ରସ୍ତାବ ଦେଇଛନ୍ତି । ନୋବେଲ ପୁରସ୍କାର ଘୋଷଣା ୩ରୁ ଅକ୍ଟୋବର ୧୦ ମଧ୍ୟରେ ହେବ ।

ଜେଲେଁସ୍କିଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରି ରୁଷିଆ ମୁହଁ ବନ୍ଦ କରିବା ଲକ୍ଷ୍ୟରେ ୟୁରୋପୀୟ ଦେଶଗୁଡିକ ରହିଛନ୍ତି । ସୂଚନାଯୋଗ୍ୟ, ରୁଷିଆ ୨୨ ଦିନ ହେବ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରୀ ରଖିଛି । ମାତ୍ର ଏହି ଆକ୍ରମଣରେ ରୁଷ କିମ୍ବା ଏହାର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କୁ ବିଶେଷ ଫାଇଦା ହୋଇ ନାହିଁ ।

Leave A Reply

Your email address will not be published.