Latest Odisha News

BREAKING NEWS

ଜି.ଉଦୟଗିରିରେ ଜମୁଛି ପ୍ରଚାର, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀମାନେ

କନ୍ଧମାଳ : ପ୍ରଚାରରେ କମ୍ପୁଛି ଗାଁ ଗଣ୍ଡା । ଆସନ୍ତା ୨୪ ତାରିଖରେ ଜି ଉଦୟଗିରି ଏନଏସିରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି ।ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ଆରମ୍ଭ କରିସାରିଲେଣି ।ଏଥର କିଏ ହାତେଇବ ଜି ଉଦୟଗିରି ଏନଏସିର ଅଧ୍ୟକ୍ଷ ପଦ ସେଥିପାଇଁ ଚାଲିଛି କସରତ ।

ବିଜେଡି ପକ୍ଷରୁ ସାଂସଦ ଅଚ୍ୟୁତ ସାମନ୍ତ ଓ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଭୋଟଭିକ୍ଷା କରୁଛନ୍ତି ।ସେହିଭଳି ବିଜେପି ପକ୍ଷରୁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।ଜି ଉଦୟଗିରି ଏନଏସିରେ ମୋଟ ୧୩ ଟି ୱାର୍ଡ ରହିଛି । ଏଥର ୮ ହଜାର ୧୮୫ ଜଣ ଭୋଟର ମତଦାନ କରିବେ ।ଚେୟାରମ୍ୟାନ ପାଇଁ ୮ ଜଣ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କାଉନସିଲର ପାଇଁ ମଧ୍ୟ ଅନେକ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସମସ୍ତ ପ୍ରାର୍ଥୀମାନେ ଘର ଘର ବୁଲି ନିଜ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ନିବେଦନ କରୁଛନ୍ତି ।ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ହେବାକୁ ଯାଉଛି । ତେବେ ଜି ଉଦୟଗିରି ଏନଏସିରେ କିଏ ଧରିବ ମଙ୍ଗ ତାହା ଫଳାଫଳ ହିଁ କହିବ।

Leave A Reply

Your email address will not be published.