Latest Odisha News

BREAKING NEWS

ଚା’, ନୁଡୁଲ୍ସ ପରେ ବଢିଲା ସାବୁନ ଏବଂ ଡିଟରଜେଣ୍ଟ ଦାମ୍

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଚା’, ନୁଡୁଲ୍ସ ଏବଂ କ୍ଷୀରର ଦାମ ବଢିଥିଲା। ଏବେ ସାବୁନ ଏବଂ ଡିଟରଜେଣ୍ଟର ଦାମ ବଢିଛି । ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ଏହି ଦାମ ବଢାଇବାକୁ ନିଷ୍ପତ୍ତି ନେଇଛି। ବିଗତ ୬ ମାସ ମଧ୍ୟରେ ଏଫଏମସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ (ଏଚୟୁଏଲ) ୨୫ରୁ ୩୦ ପ୍ରତିଶତ ଦାମ ସାବୁନ ଏବଂ ଡିଟରଜେଣ୍ଟରେ ବଢାଇଛି। କମ୍ପାନୀ କହିଛି, ଏବେ କଞ୍ଚାମାଲର ଦାମ ବଢିଛି ଅନ୍ୟପଟେ ପରିବହନ ପାଇଁ ଆବଶ୍ୟକ ଇନ୍ଧନର ଦାମ ମଧ୍ୟ ବଢିଛି। ତେଣୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି।

ହିନ୍ଦୁସ୍ଥାନ ୟୁନିଲିଭର ଚଳିତ ସପ୍ତାହରେ ଏହାର ଅନେକ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଛି। ମାର୍ଚ୍ଚ ୧୪ରୁ ବ୍ରୁ କଫିର ମୂଲ୍ୟ ୩ରୁ ୭ ପ୍ରତିଶତକୁ ବୃଦ୍ଧି କରିଛି । ଏଥି ସହିତ ବ୍ରୁ ଗୋଲ୍ଡ କଫି ଜାରର ମୂଲ୍ୟ ୩ରୁ ୪ ପ୍ରତିଶତ ବଢିଛି। ସେହିପରି କଫି ପାଉଚର ମୂଲ୍ୟ ମଧ୍ୟ ୭ ପ୍ରତିଶତ ବଢିଛି ।  ତାଜ ଚା’ର ମୂଲ୍ୟ ୩.୫ ପ୍ରତିଶତରୁ ୫.୮ ପ୍ରତିଶତକୁ ବୃଦ୍ଧି ହୋଇଛି । ସମସ୍ତ ପ୍ରକାରର ବ୍ରୁକ ବଣ୍ଡ ଚା’ର ମୂଲ୍ୟ ୧.୫ ପ୍ରତିଶତରୁ ଆରମ୍ଭ କରି ୧୪ ପ୍ରତିଶତକୁ ବୃଦ୍ଧି ହୋଇଛି।

ନେସଲେ ଇଣ୍ଡିଆ ମ୍ୟାଗିର ମୂଲ୍ୟକୁ ୧୬ ପ୍ରତିଶତକୁ ବୃଦ୍ଧି କରିଛି। ବର୍ତ୍ତମାନ ୭୦ ଗ୍ରାମ ମ୍ୟାଗି ପାଇଁ ଲୋକଙ୍କୁ ୧୨ ଟଙ୍କା ବଦଳରେ ୧୪ ଟଙ୍କା ଦେବାକୁ ପଡିବ। ଏହା ସହିତ ଲୋକଙ୍କୁ କ୍ଷୀର ପାଉଡର ଏବଂ କଫି ପାଉଡର ପାଇଁ ଅଧିକ ଅର୍ଥ ଦେବାକୁ ପଡିବ।

Leave A Reply

Your email address will not be published.