Latest Odisha News

ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ସାହିତ୍ୟ କ୍ଷେତ୍ରରେ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ବଡିଶ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ ଚଳିତ ବର୍ଷ ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ତାଙ୍କର ଗଭୀର କବିତା ଗଦ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଗଦ୍ୟ ଐତିହାସିକ ଆଘାତ ଏବଂ ମାନବ ଜୀବନର ଦୁର୍ବଳତା ଉପରେ ଆଲୋକପାତ କରିଥାଏ।

ତେବେ ୧୯୭୦ରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁରେ ଜନ୍ମଗ୍ରହଣ କରିଥିଲେ ହାନ। ତାଙ୍କ ବାପା ଥିଲେ ଜଣେ ପ୍ରସିଦ୍ଧ ଔପନ୍ଯାସିକ।

Leave A Reply

Your email address will not be published.