Latest Odisha News

BREAKING NEWS

୧୧ କେଭି ବିଦ୍ୟୁତ ନେଲା ଆଇଟିଆଇ ଛାତ୍ରଙ୍କ ଜୀବନ , ଅନ୍ୟଜଣେ ଗୁରୁତର

କେନ୍ଦୁଝର : ୧୧ କେଭି ବିଦ୍ୟୁତ ତାର ନେଲା ଛାତ୍ରଙ୍କ ଜୀବନ । କେନ୍ଦୁଝର ବଡବିଲ ଆଇଟଆଇ ଶିକ୍ଷାନୁଷ୍ଠାନ ପରିସରରେ ଆଜି ଏକ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଛାତ୍ର ଜଣକ ଫିଟର ଟ୍ରେଡ ପଢ଼ୁଥିବା ବେଳେ ସେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି। ଅନ୍ୟଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି।

ବଡବିଲ୍ ଆଇଟିଆଇ ପରିସରରେ ଏକ ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏବଂ ଏହି କାର୍ଯ୍ୟକ୍ରମରେ ଦୁଇଜଣ ଛାତ୍ର ବ୍ୟାନର ଲଗାଉଥିବା ବେଳେ ଏପରି ଅଘଟଣ ଘଟିଥିଲା । ଏକ ଲୁହା ସିଡିରେ ଚଢି ବ୍ୟାନର ଲଗାଉଥିବା ବେଳେ ୧୧ କେଭି ତାର ସିଡିରେ ଲାଗିଯିବାରୁ ଉପରେ ଚଢିଥିବା ଛାତ୍ର ସରୋଜ ଘଟଣା ସ୍ଥଳରେ ପଡ଼ିଯାଇଥିଲେ ଓ ଅନ୍ୟଜଣେ ଛାତ୍ର ଗୁରୁତର ହୋଇପଡ଼ିଥିଲେ।

ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇଜଣଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲ।। ପରେ ବଡବିଲ ରୁ ଯୋଡା ଟିସ୍କୋ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସରୋଜଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟଜଣେ ଛାତ୍ର ଏବେବି ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.