ମସ୍କୋ: ପୂର୍ବତନ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ ବିୟାଲିଆତସ୍କିଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ବେଲାରୁଷର ଏକ କୋର୍ଟ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରିଛନ୍ତି । ବିକ୍ଷୋଭ ପାଇଁ ବେନିୟମ ଭାବେ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ ଅପରାଧୀକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମାନବ ଅଧିକାର ଗୋଷ୍ଠୀ ଭିୟାସନର ସହ ପ୍ରତିଷ୍ଠାତା ୬୦ ବର୍ଷୀୟ ଆଲେସଙ୍କୁ ଗତବର୍ଷ ଅକ୍ଟୋବରରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଆଲେସ ଏବଂ ଅନ୍ୟ ଅନ୍ୟ ଆକ୍ଟିଭିଷ୍ଟମାନଙ୍କୁ ଉପଯୁକ୍ତ ଣୁଣାଣି ନ କରି ଦଣ୍ଡିତ କରାଯାଇଛି ବୋଲି ବେଲାରୁଷର ନିର୍ବାସିତ ନେତା ସିଆଟଲାନା ତିଖାନୋଉସକାୟା ଟୁଇଟ କରି ଜଣାଇଛନ୍ତି । ଉପରକୋର୍ଟରେ ଏ ନେଇ ଚ୍ୟାଲେଞ୍ଜ କରାଯିବ ବୋଲି ସେ କହିଛନ୍ତି । ଆମେ ଅନ୍ୟାୟ ବିରୁଦ୍ଧରେ ଲଢ଼ୁଛି ଆଗକୁ ଏହା ଜାରୀ ରହିବ ବୋଲି ସେ ଚେତାବନୀ ଦେଇଛନ୍ତି ।
Comments are closed.