Latest Odisha News

BREAKING NEWS

ସୁଶାନ୍ତଙ୍କ ମୃତ ଶରୀର ତଳକୁ ଓହ୍ଲାଇବା ବେଳେ କିଏ ଦେଖିଥିଲା, ପ୍ରଶ୍ନ ଉଠାଇଲେ ଓକିଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ସାମ୍ନାକୁ ଆସୁଛି । ଦିନ ଯେତେ ଗଡୁଛି ସସ୍‌ପେନ୍ସ ସେତେ ବଢ଼ୁଛି । ଏହି ସୁଶାନ୍ତଙ୍କ ବାପା କେକେ ସିଂଙ୍କ ଓକିଲ ଲଗାତର ରିୟା ଚକ୍ରବର୍ତ୍ତୀ ଓ ମହାରାଷ୍ଟ୍ର ପୋଲିସ ଉପରେ ଉଠାଉଛନ୍ତି ।

ଆଜି ପୁଣି ସେ ରିୟାଙ୍କୁ ଟାର୍ଗେଟ୍ କରିଛନ୍ତି । ସୁପ୍ରିମକୋର୍ଟରେ ରିୟାଙ୍କ ଓକିଲ ସହ ଯୁକ୍ତିତର୍କ ସମୟରେ ସୁଶାନ୍ତଙ୍କ ପିତାଙ୍କ ଓକିଲ ବିକାଶ ସିଂହ ସେହି ସବୁ ସନ୍ଦେହାସ୍ପଦ ସ୍ଥିତି ଓ ଅବସ୍ଥା ବିଷୟରେ କୋର୍ଟରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପଛରେ ଅନେକ କାରଣ ଲୁଚି ରହିଛି।

ସୁଶାନ୍ତ ସିଂଙ୍କ ପରିବାରର ଓକିଲ କହିଛନ୍ତି, ମୁମ୍ବାଇ ପୋଲିସ ଏହି ମାମଲାରେ ସମ୍ବନ୍ଧ ରହିଛି। ପୋଲିସ ମାମଲାର ଠିକ୍ ଯାଞ୍ଚ କରୁନାହିଁ। ବିହାରରେ ଏଫଆଇଆର ରୁଜୁ କରିବାର ମୋର ପୂର୍ଣ୍ଣ ଅଧିକାର ରହିଛି। ସୁଶାନ୍ତଙ୍କ ଭଉଣୀ ଘରେ ପହଞ୍ଚିବାର ୧୦ ମିନିଟ୍ ପୂର୍ବରୁ କବାଟ ଖୋଲି ମୃତ ଶରୀରକୁ ତଳକୁ ଓହ୍ଲା ଦିଆଯାଇଥିଲା। କବାଟ ଖୋଲିବା ପୂର୍ବରୁ ତାଲା ଭାଙ୍ଗିବାକୁ ଆସିଥିବା ଲୋକକୁ ମଧ୍ୟ ସେଠାରୁ ପଠାଇ ଦିଆଯାଇଥିଲା। କଣ ଏହି ସବୁ ପାରିପାର୍ଶ୍ଵିକ ସ୍ଥିତି ସନ୍ଦେହ ଲାଗୁନି ବୋଲି ଓକିଲ ବିକାଶ ସିଂହ ପ୍ରଶ୍ନ କରିଛନ୍ତି। ସୁଶାନ୍ତ ମୃତ ଶରୀରକୁ ତଳକୁ ଓହ୍ଲାଇବା ସମୟରେ ପ୍ରଥମେ କିଏ ଦେଖିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ କଡା ଯାଞ୍ଚ ହେବା ଦରକାର ବୋଲି ସେ କହିଛନ୍ତି ।

Comments are closed.