Latest Odisha News

ପେଗାସସ୍ ବିବାଦ; କେହି ସୀମା ଟପିବା କରିବା ଉଚିତ ନୁହେଁ; ଏସ୍‌ସି

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ମଙ୍ଗଳବାର ଦିନ କହିଛନ୍ତି ଯେ କେହି ସୀମା ଅତିକ୍ରମ କରିବା ଉଚିତ ନୁହେଁ।

ଆବେଦନକାରୀଙ୍କୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ଏନ.ଭି ରମଣ କହିଛନ୍ତି ଯେ କେହି ସେମାନଙ୍କ ସୀମା ଅତିକ୍ରମ କରିବା ଉଚିତ ନୁହେଁ ଏବଂ ଏହି ପ୍ରସଙ୍ଗରେ ସମସ୍ତଙ୍କୁ ସୁଯୋଗ ଦିଆଯିବ। ପେଗାସସ୍ ମାମଲାରେ କୋର୍ଟଙ୍କ ତଦାରଖ ପାଇଁ ଏକ ଆବେଦନ ଶୁଣାଣି ବେଳେ ମୁଖ୍ୟ ବିଚାରପତି ଏହା କହିଛନ୍ତି। ସୁପ୍ରିମକୋର୍ଟ ଅଗଷ୍ଟ ୧୬ କୁ ପରବର୍ତ୍ତୀ ତାରିଖ ଭାବରେ ସ୍ଥିର କରିଛନ୍ତି।

ଖବର ଅନୁଯାୟୀ, ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ସରକାର ରାଜନେତା, କାର୍ଯ୍ୟକର୍ତ୍ତା ଏବଂ ସାମ୍ବାଦିକ, ଆଇନଜୀବୀ ଆଦିଙ୍କ ଫୋନ୍‌ ହ୍ୟାକ୍‌ କରାଯାଇଥିବା ଅଭିଯୋଗ ହୋଇଛି। ପାଖାପାଖି ୩୦୦ ଭାରତୀୟଙ୍କ ଫୋନ୍‌ ହ୍ୟାକ୍‌ କରି ଏଭଳି କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

Comments are closed.