Latest Odisha News

ଇଦ୍-ଉଲ୍-ଆଧା ପାଇଁ ନୋଏଡାରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ବକରୀ ଇଦ୍ ପାଇଁ ସାରା ଦେଶରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆମିଷ ବଜାରରେ ନାହିଁ ନଥିବା ଭିଡ । ବକରୀ ଇଦ୍ ଇଦ୍-ଉଲ୍-ଆଧା ଭାବରେ ମଧ୍ୟ ଜଣାଶୁଣା । ମୁସଲମାନ ଧର୍ମର ସବୁଠାରୁ ବଡ ପର୍ବ ହେଉଛି ଏହି ଇଦ୍ । ସେଥିପାଇଁ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି । ବଳି ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ବଳିଦାନ ପାଇଁ ଅନୁମତି ଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ଚାଲିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ନୋଏଡାରେ ୧୪୪ ଧାରା ଲାଗି କରାଯାଇଛି ।

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ସେହିପରି ତେଲେଙ୍ଗାନାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବଳି ପରେ ମୃତ ଛେଳି ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଫୋପାଡିବାକୁ ହାଇଦ୍ରାବଦ ପ୍ରଶାସନ ଲୋକଙ୍କୁ ନିର୍ଦ୍ଦେଶ ଦେଇଛି ।

ସେହିପରି ଇଦ୍-ଉଲ୍-ଆଧା ପାଇଁ ବାଂଲାଦେଶ ଢାକାରେ ପ୍ରବଳ ଜନ ଗହଳି ହୋଇଛି। ଇଦ୍ ପର୍ବ ଅବସରରେ ରାଜଧାନୀ ଛାଡ଼ି ନିଜ ନିଜ ସହର ଓ ଗାଁକୁ ଯିବା ପାଇଁ ଲୋକଙ୍କ ଭିଡ଼ ଯୋଗୁଁ ଢାକାରୁ ବାହାରକୁ ଯାଉଥିବା ରାଜପଥଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବାଂଲାଦେଶ ଜୁନ୍ ୧୭ରେ ମୁସଲମାନଙ୍କର ଦ୍ୱିତୀୟ ବୃହତ୍ତମ ଧାର୍ମିକ ପର୍ବ ଇଦ୍-ଉଲ୍-ଆଧା ପାଳନ କରିବ।

Leave A Reply

Your email address will not be published.