ନୋଏଡା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ନୋଏଡା ସ୍ଥିତ ଟୁଇନ୍ ଟାୱାରକୁ ଧ୍ୱଂସ କରିଦିଆଯିବ । ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଆଜି ଦିନ ୨ଟା୩୦ ସମୟରେ ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର । ଏହି ୧୩୦ ମିଟର ଉଚ୍ଚ ଅଟ୍ଟାଳିକାକୁ ମାତ୍ର ୯ ସେକେଣ୍ଡ ମଧ୍ୟରେ ଧ୍ୱଂସ କରାଯିବ । ୧୩ ବର୍ଷରେ ନିର୍ମାଣ ହୋଇଥିବା ଏହି ୪୦ ମହଲା କୋଠାକୁ ଭୁଶୁଡେଇବା ପାଇଁ ମାତ୍ର ୯ ସେକେଣ୍ଡ ଲାଗିବ। ଉଭୟ ଟାୱାରର ବିଭିନ୍ନ୍ ସ୍ଥାନରେ ଗାତ କରାଯାଇ ୩,୫୦୦ କେଜି ବାରୁଦ ଭରି ଦିଆଯାଇଛି। ଦୁଇଟି ଯାକ ଅଟ୍ଟାଳିକା ଚାରିପଟେ ୧୦୦ ମିଟରକୁ ନିଷିଦ୍ଧାଞ୍ଚଳ କରାଯାଇଛି ।
ଏହି ଅଞ୍ଚଳରେ କେବଳ ୬ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦିଆଯିବ । ଅଟ୍ଟାଳିକା ନିକଟ ଅଞ୍ଚଳ ରେ ରହୁଥିବା ଲୋକମାନଙ୍କୁ ଘର ଖାଲିକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଲିଙ୍କ ମ୍ୟାନ୍ ଓ ତାଙ୍କ କମ୍ପାନୀର ଦୁଇ ଜଣ ବିଶେଷଜ୍ଞ, ଏଡିଫାଇସ୍ ଇଞ୍ଜିନିୟରିଂର ଜଣେ ଅଧିକାରୀ, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ ଯିଏ ବିସ୍ଫୋରକ କରିବେ ସେ ଉପସ୍ଥିତ ରହିବେ ।
ସେପଟେ ବିଲ୍ଡିଂ ଭଙ୍ଗାଯିବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ସ୍ୱତନ୍ତ୍ର ପ୍ରକାରର ହୋଇଥିବାରୁ ଧ୍ୱଂସାବଶେଷର ପ୍ରଭାବ ବେଶୀ ଦୂର ଯାଏ ଯିବ ନାହିଁ ବୋଲି କମ୍ପାନି ଦାବି କରିଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗିବା ଲାଗି ଇମ୍ଫେଲାଇଜନ୍ ନାମକ କୌଶଳ ବ୍ୟବହାର କରାଯାଇଥାଏ। ନୋଏଡା ସ୍ଥିତ ଏହି ବେଆଇନ ଟୁଇନ ଟାୱାର ଭାଙ୍ଗିବା ପାଇଁ ମଧ୍ୟ ଇମ୍ଫେଲାଇନ ନାମକ କୌସଳ ବ୍ୟବହାର କରାଯାଇଛି ।
Comments are closed.