Latest Odisha News

BREAKING NEWS

ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ବର: ଇମ୍ପା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌ (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ୩୪ତମ ଏକଲବ୍ୟ ପୁରସ୍କାର-୨୦୨୬ ଲାଗି ନାମାଙ୍କନ ପତ୍ର ଆହ୍ବାନ କରାଯାଇଛି। ଏକଲବ୍ୟ ପୁରସ୍କାର ହେଉଛି ଓଡ଼ିଶାର ‌ଶ୍ରେଷ୍ଠ ତଥା ପ୍ରତିଭାବାନ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଏଭଳି ଏକ ବାର୍ଷିକ କ୍ରୀଡ଼ା ପୁରସ୍କାର, ଯାହାର ବିଜେତାଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ।

ଏହା ବ୍ୟତୀତ ଦୁଇଜଣ ଉପବିଜେତାଙ୍କୁ ପ୍ରତ୍ୟେକ ୧,୫୦,୦୦୦ ଟଙ୍କା ଲେଖାଏଁ ମିଳିଥାଏ। ଏଥିଲାଗି ଆଗ୍ରହୀ କ୍ରୀଡ଼ାବିତ୍‌ମାନେ ଓଡ଼ିଶା ଭିତ୍ତିକ କ୍ରୀଡ଼ା ସଂଗଠନ/ବୋର୍ଡ/ସଂଘ/ବିଶ୍ବବିଦ୍ୟାଳୟ/କଲେଜ/ସ୍କୁଲ୍‌ ମାଧ୍ୟମରେ ସେମାନଙ୍କ ନାମାଙ୍କନ ପତ୍ର ପଠାଇ ପାରିବେ। ଏଥିଲାଗି ପ୍ରାର୍ଥୀଙ୍କ ବୟସ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ୨୫ବର୍ଷରୁ ଅଧିକ ହୋଇ ନଥିବା ଦରକାର।

ପ୍ରାର୍ଥୀମାନେ ନିଜର ବୟସ ପ୍ରମାଣପତ୍ର ସହିତ ଗତ ଦୁଇବର୍ଷ ମଧ୍ୟରେ (୧ ଏପ୍ରିଲ ୨୦୨୪ରୁ ମାର୍ଚ୍ଚ ୩୧ ୨୦୨୬) ମଧ୍ୟରେ ହାସଲ କରିଥିବା ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ କରିଥିବା କୃତିତ୍ବର ପ୍ରମାଣପତ୍ର ସହ ଦରଖାସ୍ତ କରିବ ଆବଶ୍ୟକ। ଆବେଦନପତ୍ରଗୁଡ଼ିକ ମେ ୩୧, ୨୦୨୬ ସୁଦ୍ଧା ଏକଲବ୍ୟ ପୁରସ୍କାର, ଇମ୍ପାକ୍ଟ, ଇମ୍ଫା ବିଲ୍‌ଡିଂ, ବମିଖାଲ, ଭୁବନେଶ୍ବର-୭୫୧୦୧୦ ଠିକଣାରେ କିମ୍ବା ekalabya@imfa.inରେ ମେଲ୍‌ କରିପାରିବେ ବୋଲି ଏକଲବ୍ୟ ପୁରସ୍କାର କମିଟିର ଆବାହକ ଅଶ୍ବିନ ପ୍ରସାଦ ମହାନ୍ତି ଜଣାଇଛନ୍ତି।

Leave A Reply

Your email address will not be published.