Latest Odisha News

BREAKING NEWS

ଢ଼େଙ୍କାନାଳରୁ ଆନ୍ଦୋଳନ ଆରମ୍ଭ କଲା ୬୬୨ ବର୍ଗ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ

ଢେଙ୍କାନାଳରୁ ଆରମ୍ଭ ହେଲା ଓଡିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଶାଣିତ ସ୍ୱର । ଦାବି ପୂରଣ ନହେଲେ ପରିସ୍ଥିତି ଭୟଙ୍କର ଚେତାବନୀ ।

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲାରୁ ଆରମ୍ଭ ହେଲା ୬୬୨ ବର୍ଗର +୨ ଓ +୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ। ୬୬୨ ଗୋଟି ବେସରକାରୀ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ଅବସରକାଳୀନ ସୁବିଧା, ପେନସନ, କର୍ମଚାରୀ ମାନଙ୍କ ସ୍ଥାୟୀତ୍ୱ, ସପ୍ତମ ବେତନ ଅନୁଯାୟୀ ଦରମା ବୃଦ୍ଧି, ଓ୍ୱାଚମ୍ୟାନ ନିଯୁକ୍ତି, ମହିଳା ପିଅନ ନିଯୁକ୍ତି ଆଦି ଦାବି ନେଇ ସ୍ୱର ଶାଣିତ କରିଛି ସଂଘ ।

ପରଜଙ୍ଗ ବ୍ଲକ ସାନ୍ଦା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଓଡିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ସମସ୍ତ ଦାବି ଆନ୍ଦୋଳନ ପନ୍ଥା ଆଲୋଚନା କରିବାକୁ ଆୟୋଜନ ହୋଇଥିଲା ବୈଠକ।

ରାଜ୍ୟ ସଭାପତି ଗୋଲକ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାରୁ ଅଧ୍ୟାପକ ଓ କର୍ମଚାରୀ ମାନେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛନ୍ତି ବୋଲି କହିଛନ୍ତି ଜିଲ୍ଲା ସଭାପତି ବିଜୟ କୁମାର ପଟ୍ଟନାୟକ ।

ସାନ୍ଦା ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିଶିର କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ୩୦ ଗୋଟି କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧି ସେମାନଙ୍କ ସମସ୍ୟା ସବୁ ରାଜ୍ୟ ସରକାରଙ୍କ ପାଇଁ ଉପସ୍ଥାପନ କରିଥିଲେ । ବାଇଟ୍- ଗୋଲକ ଚନ୍ଦ୍ର ନାୟକ ,ରାଜ୍ୟ ସଭାପତି ,ଓଡିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ

ଢେଙ୍କାନାଳରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଗାମୀ ଦିନରେ ରାଜ୍ୟର ପ୍ରତିଟି ଜିଲ୍ଲା ଏବଂ ପରବର୍ତ୍ତୀ ସମୟରେ ରାଜଧାନୀ ଭୁବନେଶ୍ୱରରେ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ଦାୟିତ୍ବ ସମ୍ପନ୍ନ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.