Latest Odisha News

BREAKING NEWS

ଛତ୍ରପୁରରେ ଡିଭାଇଡରକୁ ପିଟିଲା ବାଇକ୍; ଦୁଇ ମୃତ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଜିଲା ଛତ୍ରପୁର ସହର ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଛି।

ମୃତକ ହେଲେ ବ୍ରହ୍ମପୁର ବ୍ରହ୍ମା ନଗରର ସୁମନ ଦାସ ଓ ହିଞ୍ଜିଳି କଞ୍ଚୁଡୁର ଦଣ୍ଡ ପାଳ। ରାସ୍ତାରେ ମଝି ଡିଭାଇଡରକୁ ବାଡ଼େଇ ହୋଇ ଦୁର୍ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି ।

ଉଭୟ ଏକ ବାଇକରେ ବ୍ରହ୍ମପୁରରୁ ବାହାରି ଛତ୍ରପୁର ଅଭିମୁଖେ ଯାଉଥିଲେ । ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.