Latest Odisha News

BREAKING NEWS

୯୦ ଆସନରେ ଲଢ଼ିବ ନ୍ୟାଶନାଲ କନଫରେନ୍ସ : ଫାରୁକ ଅବଦୁଲ୍ଲା

ଗୁପକର ମେଣ୍ଟ ମଧ୍ୟରେ ଫାଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ନିର୍ବାଚନ ପୂର୍ବରୁ ଗୁପକର ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଏହି ମେଂଟରୁ ବାହାରି ଯିବାକୁ  ଏନସିର ନେତାମାନେ ସର୍ବସମ୍ମତିକ୍ରମେ ରାଜି ହୋଇଥିବା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି ।   ବୁଧବାର ସନ୍ଧ୍ୟାରେ ଏନସିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ବିଧାନସଭା ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ(ଏନସି) ସମସ୍ତ ୯୦ଟି ଯାକ ଆସନରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଧାରା ୩୭୦ ଉଚ୍ଛେଦ ପରେ ଗୁପକର ମେଣ୍ଟ ୫ ରାଜନୀତିକ ଦଳକୁ ନେଇ ଗଠନ ହୋଇଥିଲା। ଏଥିରେ ଏନସି, ପିଡିପି, ଆୱାମୀ ନ୍ୟାଶନାଲ କନଫରେନ୍ସ, ସିପିଆଇ(ଏମ) ଓ ସିପିଆଇ ରହିଥିଲେ। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ଏହି ମେଣ୍ଟ ଗଠନ ହୋଇଥିଲା।

Leave A Reply

Your email address will not be published.