Latest Odisha News

BREAKING NEWS

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ;ତାଙ୍କୁ ନେଇଥିବା ବ୍ୟକ୍ତି ଅଟକ…

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଛନ୍ତି ଅଣହିନ୍ଦୁ । ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ମନ୍ଦିରରେ ପ୍ରବେଶ କଲେ ଜାପାନୀ ପର୍ଯ୍ୟଟକ । ସୂଚନାଥାଉକି, ଓଡ଼ିଆ ଲୋକଙ୍କ ସାହାଯ୍ୟରେ ପ୍ରବେଶ କରିଥିଲେ ଜାପାନୀ ପର୍ଯ୍ୟଟକ । ଅଣହିନ୍ଦୁ ପ୍ରବେଶ ପରେ ସେବାୟତ ମହଲରେ ଅସନ୍ତୋଷ । ମନ୍ଦିରକୁ ନେଇଥିବା ଦୁଇ ଓଡ଼ିଆ ଲୋକ ଅଟକ । ମନ୍ଦିର ପ୍ରଶାସନ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଖବରମୁତାବକ, ଜଣେ ସେବାୟତଙ୍କ ହାତରେ ଧରାପଡିଥିଲେ ଜାପାନୀ ପର୍ଯ୍ୟଟକ । ତେବେ କେଉଁ ଉଦ୍ଦେଶ୍ୟ ରଖି ମନ୍ଦିର ଭିତରକୁ ଜାପାନୀ ପର୍ଯ୍ୟଟଙ୍କୁ ପ୍ରବେଶ କରାଉଥିଲେ ତାକୁ ନେଇ ଛାନଭିନ ଚଳାଇଛି ପୋଲିସ । ତାଙ୍କ ସହ ଦୁଇ ଜଣ ଓଡ଼ିଆଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ସୂଚନ ରହିଛି ।ତେବେ ଜାପାନୀ ପର୍ଯ୍ୟଟକଙ୍କୁ ପଚରାଉଚରା ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

Leave A Reply

Your email address will not be published.