Latest Odisha News

BREAKING NEWS

ଆନ୍ଦୋଳନରୁ ଉଠିଲେ ହବିଷ୍ୟାଳି: ସମସ୍ତଙ୍କ ପାଇଁ ହେଲା ବ୍ୟବସ୍ଥା..

ପୁରୀ: ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳି । ଜିଲ୍ଲା ପ୍ରଶାସନଙ୍କ ହସ୍ଥକ୍ଷେପ ଓ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳିମାନେ । ଏଥିସହିତ ବୃନ୍ଦାବତୀ ନିବାସ ତଳ ବେସମେଣ୍ଟକୁ ଅଣପଞ୍ଚିକୃତ ହବିଷ୍ୟାଳିମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ଅନେକ ଦ୍ବନ୍ଦ୍ବ ଭିତରେ କିଛି ଅଣପଞ୍ଜିକୃତ ହବିଷ୍ୟାଳିମାନେ ରହଣି ଦାବି କରିଥିଲେ । ଏଥିରେ ପ୍ରଶାସନ ରାଜି ନହେବାରୁ ଗତକାଲିଠାରୁ ପୁରୀ ବୃନ୍ଦାବତୀ ନିବାସ ଆଗରେ ଶହ ଶହ ଅଣପଞ୍ଜିକୃତ ହବିଷ୍ୟାଳିମାନେ ଆନ୍ଦୋଳନ କରିଥିଲେ । ଏହାରି ଭିତରେ ଆଜି ପୁରୀ ଜିଲ୍ଲାପାଳ ଓ ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ ହବିଷ୍ୟାଳିଙ୍କୁ ଭେଟି ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଯେଉଁ ମାଆମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବ । ପଞ୍ଜୀକୃତ କରି ଆସି ନ ଥିବା ହବିଷ୍ୟାଳିଙ୍କ ସ୍ଥାନରେ ରହିବେ । ଯଦି ସ୍ଥାନାଭାବ ହୁଏ ତେବେ ଅନ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ତେବେ ସେମାନଙ୍କୁ ପ୍ରାଥମିକ ସ୍ତରରେ ଅସ୍ଥାୟୀ ଭାବେ ବୃନ୍ଦାବତୀ ନିବାସର ବେସମେଣ୍ଟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତବ୍ୟ ରଖିଛନ୍ତି ଷଡଙ୍ଗୀ ।

ସେପଟେ ଏହାକୁ ନେଇ ଉପଜିଲ୍ଲାପାଳ କହିଛନ୍ତି, ପ୍ରଥମେ ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବା ପରେ ଯେଉଁମାନଙ୍କ ପଞ୍ଚିକରଣ ରିଜେକ୍ଟ ହୋଇଯାଇଛି ସେମାନଙ୍କୁ ଥଇଥାନ କରାଯିବ । ଆଉ ତା ପରେ ଅଣପଞ୍ଜିକୃତ ମାନଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.