Latest Odisha News

ବଲିଉଡ ସୁନ୍ଦରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଇଡିର ସମନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍ । ୨୦୦ କୋଟିର ଆର୍ଥିକ ଅନିୟମିତତା ମାମଲାରେ ସମନ୍ ଜାରି ହୋଇଛି । ଆଜି ହାଜର ହେବାକୁ ନୋରାଙ୍କୁ ନିର୍ଦ୍ଦେଶ ରହିଛି । ତାଙ୍କୁ ମନି ଲଣ୍ଡିଂରେ କେସରେ ପଚରାଉଚରା ସହ ବୟାନ ରେକର୍ଡ କରିବ ଇଡି ।

ଦିଲ୍ଲୀ ତିହାର ଜେଲରେ ବନ୍ଦୀ ସୁକେଶ ଚନ୍ଦ୍ର ଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ମନି ଲଣ୍ଡିଂ କେସ୍ ରହିଛି । ଏହି ମାମଲାରେ ନୋରା ଓ ଜ୍ୟାକଲିନଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଜ୍ୟାକଲିନଙ୍କୁ ଦୁଇ ଥର ପଚରାଉଚରା ହୋଇଥିଲା । ପୁଣି ଥରେ ହାଜର ହେବାକୁ ତାଙ୍କୁ ଇଡି ସମନ୍ କରିଥିବା ସୂଚନା ମିଳିଛି ।

୨୦୦ କୋଟି ଟଙ୍କା ହେରଫେର ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ସୁକେଶ ଶେଖର ଓ ତାଙ୍କର ଅଭିନେତ୍ରୀ ପତ୍ନୀ ଲୀନା ପାଲ । କୁହାଯାଉଛି, ଅନ୍ୟ ଲୋକଙ୍କ ପରି ସୁକେଶ ମଧ୍ୟ ନୋରା ଫତେହିଙ୍କୁ ତାଙ୍କ ଜାଲରେ ଫାନ୍ଦରେ ପକାଇବାକୁ ଷଡଯନ୍ତ୍ର କରିଥିଲେ । ନୋରା ଓ ଜ୍ୟାକଲିନଙ୍କ ବ୍ୟତୀତ ସୁକେଶଙ୍କ ଟାର୍ଗେଟରେ ଅନେକ ବଲିଉଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଥିଲେ ।

ଜେଲରେ ଥାଇ ସୁକେଶ ପତ୍ନୀ ଲୀନା ମାଧ୍ୟମରେ ନିଜର ଜାଲିଆତି ନେଟୱାର୍କ ଚଳାଉଥିଲେ । ଗିରଫ ହେବା ପରେ ଲୀନା ପଚରାଉଚରା ବେଳେ କହିଥିଲେ ଯେ, ସୁଧୀର ଓ ଜୁଏଲ ନାମକ ଦୁଇ ଜଣଙ୍କ ସହାୟତାରେ ଠକେଇ ଟଙ୍କାକୁ ଠିକଣା ଜାଗାରେ ବିନିଯୋଗ କରିଥିଲେ । ଏହି ମାମଲାରେ ନୋରା ଓ ଜ୍ୟାକଲିନଙ୍କ କଣ ଭୂମିକା ରହିଛି ଜାଣିବାକୁ ଚାହୁଁଖି ଇଡି ।

Leave A Reply

Your email address will not be published.