Latest Odisha News

BREAKING NEWS

ମନମୋହନ ସିଂହଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଉତ୍ତମ ସ୍ୱାସ୍ଥ୍ୟ ଓ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଜ୍ୱର ଓ ଦୁର୍ବଳ ଅନୁଭବ କରିବା ପରେ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ମନମୋହନ ସିଂହ । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି ।

୮୮ ବର୍ଷୀୟ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି । ତାଙ୍କ ପାଖରେ ଦୁର୍ବଳତା ରହିଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଦିଲ୍ଲୀ ଏମ୍ସ ଯାଇ ମନମୋହନ ସିଂହଙ୍କୁ ଭେଟିଥିଲେ । ସ୍ୱାସ୍ଥ୍ୟାବସ୍ଥା ବାବଦରେ ଡାକ୍ତରୀ ଟିମ୍ ସହ ଆଲୋଚନା ବି କରିଥିବା ସୂଚନା ମିଳିଛି ।

ଚଳିତବର୍ଷ ଆରମ୍ଭରେ କରୋନାରେ ସଂକ୍ରମିତ ହୋଇଥିଲେ ମନମୋହନ ସିଂହ । ପରେ ସୁସ୍ଥ ହୋଇଥିଲେ । ନିକଟରେ ତାଙ୍କୁ ଜ୍ୱର ହୋଇଥିଲା । ଅତ୍ୟଧିକ ଦୁର୍ବଳ ଅନୁଭବ କରୁଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.