Latest Odisha News

BREAKING NEWS

ଉତ୍ତର ମାସିଡୋନିଆର ଏକ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ; ୫୧ ମୃତ, ୧୦୦ ଗୁରୁତର

ନୂଆଦିଲ୍ଲୀ: ଦକ୍ଷିଣ ୟୁରୋପୀୟ ଦେଶ ଉତ୍ତର ମାସିଡୋନିଆର ଏକ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୫୧ ଜଣ ପୋଡ଼ି ମୃତ୍ୟୁବରଣ କରିଥିବା ବେଳେ ୧୦୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଦେଶର ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

ରିପୋର୍ଟ ଅନୁସାରେ, ରାଜଧାନୀ ସ୍କୋପଜେରୁ ପ୍ରାୟ ୧୦୦ କିଲୋମିଟର ପୂର୍ବରେ ଅବସ୍ଥିତ କୋକାନି ସହରର ପଲ୍ସ ନାଇଟ୍ କ୍ଲବରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଥିଲା ।

କୁହାଯାଉଛି ଯେ ନାଇଟ୍ କ୍ଲବରେ ଏକ ସଂଗୀତ କନସର୍ଟ ସମୟରେ ଆତସବାଜି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ନିଆଁ କେତେ ଭୟଙ୍କର ଥିଲା । ଚାରିଆଡେ ନିଆଁର ପ୍ରକୋପ ଏବଂ ଧୂଆଁ ବ୍ୟାପିଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ସମୟରେ କ୍ଲବରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ଏହି ଘଟଣାପରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଲେ ।

ଘଟଣାରେ ପୋଲିସ ଜଣକୁ ଗିରଫ କରିଛି । କୁହାଯାଉଛି ଯେ ସଂଗୀତ କନ୍ସର୍ଟ ସମୟରେ କ୍ଲବରେ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଏହି ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ କୋକାନିର ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

Comments are closed.