Cartoon Targeting PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାପୁଆ କେଳା ସଜାଇଲା ନରୱେର ଦୈନିକ ଖବରକାଗଜ, ବର୍ଷିଲା ଭାରତ
ନୂଆଦିଲ୍ଲୀ: ଦେଶରେ ଇନ୍ଧନ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାତ୍ସଲ୍ୟ କଲା ଭଳି ଏକ ଫଟୋ ପୋଷ୍ଟ କରି ଏବେ ବିବାଦରେ ନରଓ୍ବେର ଖବରକାଗଜ । ଜଣେ ସାପୁଆ କେଳା ଭାବରେ ଚିତ୍ରଣ କରି ଏକ କାର୍ଟୁନ ଫଟୋ ପ୍ରକାଶ କରିବା ପରେ ଏକ ପ୍ରମୁଖ ନରୱେ ସମ୍ବାଦପତ୍ର ସମାଲୋଚନାର ଶିକାର ହୋଇଛି। ଏହି କାର୍ଟୁନଟି ଇଣ୍ଟନେଟରେ ଏବେ ପ୍ରତିକ୍ରିୟା ସୃଷ୍ଟି କରିଛି, ଖବରକାଗଜଟି ଭାରତ ବିଷୟରେ ଜାତିଭେଦ ଷ୍ଟିରିଓଟାଇପ୍ସ ଏବଂ ପୁରୁଣା ପାଶ୍ଚାତ୍ୟ ଚିତ୍ରକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।
ନରୱେର ପ୍ରମୁଖ ଦୈନିକ ଖବରକାଗଜ ଆଫଟେନପୋଷ୍ଟେନ ଦ୍ୱାରା ପ୍ରକାଶିତ ଚିତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାପକୁ କାବୁ କରିବା ପାଇଁ ଏକ ବିନ୍ ବଜାଉଥିବାର ଦେଖାଯାଇଛି, ଆଉ ବ୍ୟଙ୍ଗାତ୍ମକ ଢଙ୍ଗରେ ପେଟ୍ରୋଲ ଦିଆଟାଉଥିବା ଏକ ପାଇପକୁ ସାପ ଭାବରେ ଚିତ୍ରିତ କରାଯାଇଛି । ଆଉ ସବୁଠୁ ଛୋଟ ପ୍ରକୃତିର କାମ ହେଉଛି ଏହାର ଶୀର୍ଷକ, ଯେଉଁଥିରେ ଲେଖାଅଛି: “ଜଣେ ଚତୁର ଏବଂ ଟିକେ ବିରକ୍ତକର ବ୍ୟକ୍ତି।”
ନରୱେରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଳିତ ବିବୃତ୍ତିକୁ ନେଇ ବିବାଦ ମଧ୍ୟରେ ଏହି କାର୍ଟୁନଟି ସମ୍ବାଦପତ୍ର ଦ୍ୱାରା ପ୍ରକାଶିତ ହୋଇଥିଲା, ଯେଉଁଠାରେ ନରୱେର ସାମ୍ବାଦିକ ହେଲେ ଲିଙ୍ଗ ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ପ୍ରଶ୍ନ କରିଥିଲେ ଯେ ସେ କାହିଁକି ଗଣମାଧ୍ୟମର ପ୍ରଶ୍ନ ଗ୍ରହଣ କଲେ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ସଭାସ୍ଥଳରେ ପ୍ରଶ୍ନର ଉତ୍ତର ଦେଲେ ନାହିଁ। ତଥାପି, ଏହି ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ (MEA) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, MEA ସଚିବ (ପଶ୍ଚିମ) ସିବି ଜର୍ଜ ଏହି ପ୍ରସଙ୍ଗ ଉଠାଇବା ଢଙ୍ଗକୁ ଦୃଢ଼ ବିରୋଧ କରିଥିଲେ।
ଏହି କାର୍ଟୁନଟି ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି, ଅନେକ ବ୍ୟବହାରକାରୀ ଏବଂ ସମାଲୋଚକ ଭାରତ ଏବଂ ଭାରତୀୟଙ୍କ ଉପନିବେଶବାଦୀ ଯୁଗର ଷ୍ଟିରିଓଟାଇପ୍ସ ଏବଂ ଜାତିଗତ କାର୍ଟୁନକୁ ବଳବତ୍ତର କରୁଥିବା ଖବରକାଗଜ ଉପରେ ଅଭିଯୋଗ କରିଛନ୍ତି। କାର୍ଲ ହ୍ୱେଲେସ୍ ନାମକ ଜଣେ ୟୁଜର୍ସ ଲେଖିଛନ୍ତି, “ନରୱେର ସବୁଠାରୁ ବଡ଼ ଖବରକାଗଜ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାପୁଆ କେଳା ଭାବରେ ଚିତ୍ରଣ କରିଛି, ତାଙ୍କୁ ‘ଜଣେ ଚତୁର ଏବଂ ଟିକେ ବିରକ୍ତକର ବ୍ୟକ୍ତି’ ବୋଲି କହିଛି । ଏହା ସାମ୍ବାଦିକତା ନୁହେଁ। ଏହା ଉପନିବେଶ ଯୁଗର ଜାତିଭେଦକୁ ମନ୍ତବ୍ୟ ଭାବରେ ସଜ୍ଜିତ କରାଯାଇଛି। ସେମାନେ ଭାରତର ଉତ୍ଥାନକୁ ସହ୍ୟ କରିପାରନ୍ତି ନାହିଁ, ତେଣୁ ସେମାନେ ସେମାନଙ୍କ ଜେଜେବାପା ବ୍ୟବହାର କରୁଥିବା ସମାନ ଷ୍ଟିରିଓଟାଇପକୁ ନେଇ ବଞ୍ଚିଛନ୍ତି । ସେଥିପାଇଁ ପ୍ରତ୍ୟେକ ଥର ତାଙ୍କ ମୁଖା ଖୋଲିଯାଉଛି ।”