Latest Odisha News

BREAKING NEWS

Odisha’s First ‘Bee Corridor’: ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ‘ମହୁମାଛି କରିଡର’ ପ୍ରକଳ୍ପ;ଜୁନରୁ ଲାଗିବ ୨୦ ହଜାର ଗଛ

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ‘ମହୁମାଛି କରିଡର’ ପ୍ରକଳ୍ପ । NHAI ଜୁନ୍‌ରୁ ଏହି ପ୍ରକଳ୍ପର ଶୁଭାରମ୍ଭ କରିବ। ସମ୍ବଲପୁର, ବ୍ରହ୍ମପୁର ଓ ଢେଙ୍କାନାଳରେ ଏଥିପାଇଁ ୩୦ କିମି ଚିହ୍ନଟ ହୋଇଛି। ଏହା ଅଧୀନରେ ନିମ୍ବ, କରଞ୍ଜ, ଅର୍ଜୁନ, କଦମ୍ବ, ଜାମୁ, ତେନ୍ତୁଳି ଏବଂ କାଞ୍ଚନ ଭଳି ପ୍ରାୟ ୨୦ ହଜାର ଗଛ ଲଗାଯିବ।

ଏହି ପଦକ୍ଷେପ ପ୍ରକୃତିରେ ଉଭିଦ ଓ ପ୍ରାଣୀଙ୍କ ବିବିଧତା ବୃଦ୍ଧି କରିବା ସହ ମହୁମାଛି ଭଳି କୀଟପତଙ୍ଗଙ୍କୁ ଫୁଲରୁ ପରାଗ ସଂଗ୍ରହ କରିବାରେ ସହାୟକ ହେବ। ଏନ୍‌ଏଚ୍ଏଆଇର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୬-୨୭ ଆର୍ଥିକ ବର୍ଷରେ ଦେଶରେ ୪୦ ଲକ୍ଷ ଗଛ ଲଗାଇବାକୁ ଯୋଜନା ହୋଇଛି।

ପ୍ରତ୍ୟେକ ଋତୁକୁ ନଜରରେ ରଖି ଗଛ ଲଗେଇବେ ସରକାର। କିଛି ନା କିଛି ଫୁଲ ଫୁଟିବ ଏବଂ ବର୍ଷସାରା ସବୁଜିମା ଭରି ରହିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ) ଓଡ଼ିଶା ଶାଖା ପକ୍ଷରୁ ସୂଚନା ଦିଆଯାଇଛି।

ଓଡିଶା NHAI ର ଆଞ୍ଚଳିକ ଅଧିକାରୀ କହିଛନ୍ତି ଯେ, “ଓଡିଶା ପ୍ରାକୃତିକ ପରିବେଶକୁ ସ୍ୱଚ୍ଛ ରଖିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଗଛ ଲଗାଇବା ଉପରେ ଗୁରୁତ୍ୱ ଦେଉଥିଲା। ହେଲେ ଏବେ ମହୁମାଛିକୁ ଆକୃଷ୍ଟ କରିବା ପାଇଁ ଲାଗିବ ଫୁଲ ଗଛ। ଯେଉଁ ଗଛଗୁଡ଼ିକ ଲାଗିବ ସେଥିରେ ବର୍ଷର ବିଭିନ୍ନ ସମୟରେ ଭଳିକି ଭଳି ଫୁଲ ଫୁଟିବ ଏବଂ ମହୁମାଛିଙ୍କୁ ଆକୃଷ୍ଟ କରିବ। ଫଳରେ ମହୁ ଚାଷ ବୃଦ୍ଧି ପାଇବ। କଦମ୍ବ, ଜାମୁ, ନିମ ,ତେନ୍ତୁଲି,ଅର୍ଜୁନ,କରଞ୍ଜ ପରି ଗଛ ଲଗାଯିବ । ଯାହାକି ମହୁମାଛିଙ୍କୁ ରସ ଓ ପରାଗ ଯୋଗାଇବ । ଏଥିସହ ଗୁଳ୍ମ, ଔଷଧୀ ଓ ଘାସ ମଧ୍ୟ ଚାଷ ହେବ’’।

ସୂଚନା ଥାଉ କି ,ଓଡ଼ିଶାରେ ମହୁମାଛି ଚାଷ ଲାଭଜନକ । କାରଣ ଅନୁକୂଳ ଜଳବାୟୁ ଏକ ପ୍ରମୁଖ କାରଣ।

Leave A Reply

Your email address will not be published.