ପୁରୀ: ଫ୍ରାନ୍ସର ପ୍ରଖ୍ୟାତ ଭବିଷ୍ୟଦ୍ରଷ୍ଟା ମାଇକେଲ ଡି ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ସର୍ବଦା ସତ୍ୟ ହୋଇ ଆସିଛି । ଆଜତକ, ଜୀ ନ୍ୟୁଜ ଓ ଅମର ଉଜାଲା ପରି ପ୍ରତିଷ୍ଠିତ ଖବର ସଂସ୍ଥା ନୋଷ୍ଟ୍ରାଡମସଙ୍କ ୨୦୨୨ ଭବିଷ୍ୟବାଣୀ ଭୟଙ୍କର ହେବ ବୋଲି ଗୁରୁବାର ଉଲ୍ଲେଖ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୋଷ୍ଟ୍ରାଡମସଙ୍କ ପୁସ୍ତକରେ ଉଲ୍ଲେଖ କରାଯାଇଥିବା ଅନେକ ଭବିଷ୍ୟବାଣୀ ଏବେ ବି ଗବେଷକମାନେ ସମ୍ପୂର୍ଣ୍ଣ ଭାବେ ବୁଝି ପାରି ନାହାନ୍ତି । ଏହା ସତ୍ୱେ ହଠାତ ବିଭିନ୍ନ ଖବର ସଂସ୍ଥା ଏହାକୁ ପ୍ରକାଶ କରବା ଏହାର ସତ୍ୟତା ନେଇ ସଂଶୟ ସୃଷ୍ଟି କରୁଛି । ତଥାପି ଆସନ୍ତୁ ଜାଣିବା ସେମାନେ ଏ ନେଇ କଣ ଲେଖିଛନ୍ତି ।
ବିଶ୍ୱର ହେବ ଭୟଙ୍କର କ୍ଷତି: ୨୦୨୨ରେ ପୃଥିବୀ ପୃଷ୍ଠରେ ପ୍ରାକୃତିକ ଦୁର୍ଘଟଣା ଘଟିବ । ଏହା ଉଲକାପାତ, ମହାକାଶରୁ ବଡ ଚଟ୍ଟାଣ କିମ୍ବା ଏଷ୍ଟରୟଡ ମାଧ୍ୟମରେ ହୋଇପାରେ । ସମୁଦ୍ରରେ ବଡ ଧରଣର ଲହରୀ ଆସିବ । ଜଳସ୍ତର ବୃଦ୍ଧି ଯୋଗୁ ଅନେକ କ୍ଷତି ଘଟିବ ।
ମହଙ୍ଗା ମାଡ: ଆଗାମୀ ବର୍ଷ ସାରା ବିଶ୍ୱରେ ମହଙ୍ଗା ମାଡ ତୀବ୍ର ହେବ । ଆମେରିକାର ଡଲାର ମୂଲ୍ୟ କମିବ । ସୁନା, ରୂପା କେବଳ ଲୋକଙ୍କ ସମ୍ପତି ଭାବେ ପରିଗଣିତ ହେବ । ବଂଚିବା ପାଇଁ ହା ହା କାର ଖେଳିଯିବ ।
ପରମାଣୁ ବୋମା ବିସ୍ଫୋରଣ: ପରମାଣୁ ବୋମା ବିସ୍ଫୋରଣ ଯୋଗୁ ଜଳବାୟୁରେ ବଡ ଧରଣର ପରିବର୍ତନ ହେବ । ଭୂମିକମ୍ପ, ଲାଭା ଉଦଗୀରଣ ପରି ଘଟଣା ଘଟିବ । ଅନେକ ଦେଶର ଶୀତଳ ଯୁଦ୍ଧ ଏହି ପ୍ରାକୃତିକ ବିପର୍ଯ୍ୟୟ ଏକପ୍ରକାର ଶେଷ କରିଦେବ ।
୭୨ ଘଂଟା ଅନ୍ଧକାର ରହିବ: ସାରା ବିଶ୍ୱ ୭୨ ଘଂଟା ପାଇଁ ଅନ୍ଧାକରରେ ବୁଡିଯିବ । ପ୍ରାକୃତିକ ଓ ମଣିଷକୃତ ବିପର୍ଯ୍ୟୟ ପରେ ସମ୍ପୂର୍ଣ୍ଣ ମନୁଷ୍ୟଜଗତର ଆଧୁନିକ ଜୀବନର ପରିସମାପ୍ତି ଘଟିବ । ଏହା ପରେ ସବୁ କିଛି ସାଧାରଣ ହୋଇଯିବ ।
ଫ୍ରାନ୍ସ ଉପରେ ବଡ ବିପଦ: ଫ୍ରାନ୍ସରେ ବଡ ଧରଣର ତୋଫାନ ଆସିବ । ଯାହା କି ସବୁ କିଛି ନଷ୍ଟ କରିଦେଇ ଚାଲିଯିବ । ଏହା ପରେ ପରେ ବନ୍ୟା, ଦୁର୍ଭିକ୍ଷ ପରି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିବ ।
କମ୍ପ୍ୟୁଟରର ରାଜ ହେବ: ଅତ୍ୟାଧୁନିକ ଜ୍ଞାନ କୌଶଳ ମଣିଷ ପାଇଁ ବୁମେରାଂ ସାବ୍ୟସ୍ତ ହେବ । ରୋବୋଟ ଏବଂ ଅନ୍ୟ ଟେକ୍ନୋଲୋଜି ମଣିଷକୁ ନଷ୍ଟ କରିବା ଆରମ୍ଭ କରିବେ ।
ଭୂମଧ୍ୟ ସାଗରରେ ବିସ୍ଫୋରଣ: ମେନାର୍କା ଦ୍ୱୀପ ନିକଟରେ ମିସାଇଲ ଟେଷ୍ଟ ବେଳେ ବଡ ଧରଣର ବିସ୍ଫୋରଣ ଘଟିବ । ଯାହା କି ଅନେକ କ୍ଷୟକ୍ଷତି କରିବ ।
BREAKING NEWS
- National Winter Games: ଔଲିରେ ଏହି ଦିନଠୁ ଆରମ୍ଭ ହେବ ଜାତୀୟ ଶୀତକାଳୀନ କ୍ରୀଡ଼ା ; ଓଡିଶା ସମେତ ୧୭ ଦଳ…
- ଟ୍ରକ୍ ଧକ୍କାରେ କଂଗ୍ରେସ ନେତାଙ୍କ ଚାଲିଗଲା ଜୀବନ
- SAFF Under-19 Women’s Championship: ଭାରତୀୟ ଦଳ ଭୁଟାନକୁ ୮ଗୋଲରେ ପରାସ୍ତ କରି ଫାଇନାଲରେ ମାରିଲା ଏଣ୍ଟ୍ରି
- ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ; ସୋନମ ୱାଙ୍ଗଚୁକଙ୍କ ଅଟକ ଉପରେ ପୁନଃ ବିଚାର ପାଇଁ ସୁପ୍ରିମକୋର୍ଟ…
- ଦୃଶ୍ୟମ ୩ ପରେ ଆଉ କାହାଣୀ ଆଗକୁ ବଢ଼ିବନି
- Terrorist killed in encounter: ଉଧମପୁର ପରେ କିସ୍ତୱାରରେ ଟଳିଲା ଜୈସ ଆତଙ୍କୀ; ଏନକାଉଣ୍ଟର ଜାରି
- ୧୯ ବର୍ଷରୁ କମ ବିଶ୍ୱକପ: ରେକର୍ଡ ୧୦ମ ଥର ପାଇଁ ଫାଇନାଲରେ ଟିମ ଇଣ୍ଡିଆ, ଜର୍ଜଙ୍କ ଶତକ
- Forest Fire Control: ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯିବ କ୍ୟାମେରା ଓ ଡ୍ରୋନ;ନିଆଁ ଲାଗିଲେ ଏହି ନଂରେ କଲ୍…
- ତୁର୍କୀ ବିମାନର ଇଞ୍ଜିନରେ ନିଆଁ; କୋଲକାତା ଏୟାରପୋର୍ଟରେ ଜରୁରୀ ଅବତରଣ
- ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ ଖେମଚାନ୍ଦ
Comments are closed.