Latest Odisha News

BREAKING NEWS

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀଙ୍କୁ କାରଣ ଦର୍ଶାଅ ନୋଟିସ

ଅମ୍ରିତସର : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପ୍ରିନୀତ କୌରଙ୍କୁ କାରଣ ଦର୍ଶାଅ ନୋଟିସ । ଦଳ ବିରୋଧୀ କାର୍ଯ୍ୟରେ ସେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ପରେ ତାଙ୍କୁ ଏହି ନୋଟିସ ଜାରି କରିଛନ୍ତି ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ । କ୍ରମାଗତ ଭାବେ ଦଳ ବିରୋଧରେ କାର୍ଯ୍ୟ କରୁଥିବା ସୂଚନା ମିଳିବା ପରେ ପ୍ରିନୀତଙ୍କୁ ଏହି ନୋଟିସ ଜାରି ହୋଇଛି ।

ସ୍ବାମୀ ଅମରିନ୍ଦର ଗତ କିଛି ଦିନ ତଳେ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଗଠନ କରିଥିବା ବେଳେ, ଏହି ଦଳ ଲାଗି ପ୍ରିନୀତ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଏହି ଦଳ ରାଜ୍ୟର ସମସ୍ତ ୧୧୭ ଆସନରେ ଲଢିବ ବୋଲି ଅମରିନ୍ଦର ଘୋଷଣା କରିଛନ୍ତି । କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବା ଲାଗି ପ୍ରିନୀତଙ୍କୁ ୭ ଦିନର ସମୟ ଦିଆଯାଇଛି । ୨୦୦୯ରୁ ୨୦୧୪ ଯାଏ ପ୍ରିନୀତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିଲେ ।

Leave A Reply

Your email address will not be published.