Latest Odisha News

BREAKING NEWS

୧୮ ବର୍ଷ ନୁହେଁ ବରଂ ସ୍ନାତକ ଯାଏଁ ପୁଅର ଲାଳନପାଳନ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏବେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ୧୮ ବର୍ଷ ନୁହେଁ, ବରଂ ସ୍ନାତକ ଯାଏଁ ଲାଳନପାଳନ କରିବାକୁ ପଡ଼ିବ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏମ.ଆର ଶାହାଙ୍କ ଏକ ଖଣ୍ଡପୀଠ ଗୁରୁବାର ଦିନ ଫାମିଲି କୋର୍ଟର ଏକ ଆଦେଶକୁ ବଦଳାଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ପରିସ୍ଥିତିରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବା ଯଥେଷ୍ଟ ନୁହେଁ, କାରଣ ବର୍ତ୍ତମାନ କଲେଜ ଶେଷ ହେବା ପରେ ହିଁ ବେସିକ ଡିଗ୍ରୀ ମିଳୁଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ କାର‌୍ୟ୍ୟ କରୁଥିବା ଜଣେ କର୍ମଚାରୀ ଜୁନ୍ ୨୦୦୫ରେ ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିଲେ, ଯାହା ପରେ ସେପ୍ଟେମ୍ବର ୨୦୧୭ରେ ପରିବାର କୋର୍ଟ ସେହି ବ୍ୟକ୍ତିଙ୍କୁ ପିଲାଟିର ଲାଳନପାଳନ ପାଇଁ ମାସକୁ ୨୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେହି ବ୍ୟକ୍ତି ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେଠୁ ନିରାଶ ହେବା ପରେ ବ୍ୟକ୍ତି ଜଣକ ସୁପ୍ରିମକୋର୍ଟ ଯାଇଥିଲେ।

ବ୍ୟକ୍ତି ଜଣକ ଦର୍ଶାଇଛନ୍ତି ଯେ, ତାଙ୍କର ମାସିକ ଦରମା ୨୧ ହଜାର ହୋଇଥିଲା ବେଳେ ପ୍ରଥମ ସ୍ତ୍ରୀର ପୁଅକୁ ଭରଣପୋଷଣ ପାଇଁ କିପରି ୨୦ ହଜାର ଟଙ୍କା ଦେବେ।

ଏମିତିକି ସେ ଦ୍ୱିତୀୟ ଥର ବିବାହ କରିଛନ୍ତି ଏବଂ ଦ୍ୱିତୀୟ ବିବାହରୁ ଦୁଇଟି ସନ୍ତାନ ଅଛନ୍ତି। ତେଣୁ ପ୍ରଥମ ବିବାହରୁ ଜନ୍ମ ହୋଇଥିବା ପୁଅକୁ ମାସକୁ ୨୦ ହଜାର ଟଙ୍କା ଦେବା ଅସମ୍ଭବ ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଛନ୍ତି।

ଏଥିରେ ପିଲାଟିର ଦୋଷ କ’ଣ?
ସରକାରୀ କର୍ମଚାରୀଙ୍କ ତରଫରୁ ହାଜର ହୋଇଥିବା ଓକିଲ ସୁପ୍ରିମକୋର୍ଟରେ କହିଛନ୍ତି ଯେ ପ୍ରଥମ ପତ୍ନୀ ଅନ୍ୟ ଜଣଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଯୋଗୁଁ ଛାଡ଼ପତ୍ର ହୋଇଥିଲା। ହେଲେ ବେଞ୍ଚ ପ୍ରତିଜବାବରେ କହିଛନ୍ତି ଯେ ଆପଣ ଏଥିପାଇଁ ପିଲାଙ୍କୁ ଦାୟୀ କରିପାରିବେ ନାହିଁ।

Leave A Reply

Your email address will not be published.