Latest Odisha News

BREAKING NEWS

କାହିଁକି ନନ୍ଦିଗ୍ରାମ ଆସନ ବାଛିଲେ ମମତା ?

କୋଲକାତା: ଜୋରଦାର ହେଲାଣି ବେଙ୍ଗଲ ବ୍ୟାଟଲ ଗ୍ରାଉଣ୍ଡ । ଏକାଥରକେ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ । ସେ ଏଥର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଦିଦି । ଆସନ୍ତା ୧୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ । କାହିଁକି ମମତା ଛାଡ଼ିଲେ ଭବାନୀପୁର ଆସନ ? କଣ ପାଇଁ ନନ୍ଦିଗ୍ରାମକୁ ବାଛିଲେ ? ଏହାକୁ ନେଇ ଏବେ ଚର୍ଚ୍ଚା ।

ଭବାନୀପୁର ଆସନରୁ ମମତା ବାନାର୍ଜୀ ୨୦୧୧ ଉପନିର୍ବାଚନ ଓ ୨୦୧୬ ବିଧାନସଭା ନିର୍ବାଚନ ଜିତିଥିଲେ । କୁହାଯାଉଛି ମମତାଙ୍କୁ ପଶ୍ଚିମବଙ୍ଗ ଶାସନ ଗାଦିରେ ବସାଇବାରେ ନନ୍ଦିଗ୍ରାମର ବହୁତ ବଡ଼ ଭୂମିକା ରହିଛି । ଦିନେ କୃଷକ ଆନ୍ଦୋଳନର କେନ୍ଦ୍ରସ୍ଥଳ ଥିଲା ନନ୍ଦିଗ୍ରାମ । ଯାହା ଆଧାରରେ ୧୦ ବର୍ଷ ତଳେ କ୍ଷମତାକୁ ଆସିଥିଲେ ଦିଦି । ଏବେ ଦେଶରେ କୃଷକ ଆନ୍ଦୋଳନ ଚରମସୀମାରେ ପହଞ୍ଚିଛି । ଏଭଳି ସ୍ଥିତିରେ ମମତା ନନ୍ଦିଗ୍ରାମରୁ ବିଜୟ ବାନା ଉଡ଼ାଇ ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ଅଛନ୍ତି ।

ସେହିପରି ମମତା ଭାବାନୀପୁର ଆସନ ଛାଡ଼ିବାର ଆଉ ଏକ କାରଣ ହୋଇପାରେ ଭୋଟ୍ ବିଜୟ ବ୍ୟବଧାନ । ୨୦୧୧ ଓ ୨୦୧୬ ନିର୍ବାଚନରେ ମମତାଙ୍କ ଭୋଟ୍ ବ୍ୟବଧାନ ୨୯ ପ୍ରତିଶତ କମିଛି । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ବି ଟିଏମସିର ଭୋଟ୍ ପ୍ରତିଶତ ଖସିଛି । ସାଉଥ୍ କୋଲକାତା ଲୋକସଭା କ୍ଷେତ୍ରରେ ଆସୁଥିବା ଭବାନୀପୁଟ ବିଧାନସଭା କ୍ଷେତ୍ରେର ଟିଏମସି ମାତ୍ର ୩ହଜାର ୫୦୦ ଭୋଟ୍ ଲିଡ୍ ନେଇଥିଲା ।

ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ନେଇ ବିଜେପି ତାଙ୍କୁ ଟାର୍ଗେଟ କରୁଛି । ବିଜେପି କହିଛି, ପରାଜୟ ଭୟରେ ମମତା ଭବାନୀପୁର ଛାଡ଼ି ନନ୍ଦିଗ୍ରାମରୁ ଲଢ଼ିବେ । ମମତା କହିଛନ୍ତି, ଭବାନୀପୁର ଓ ନନ୍ଦିଗ୍ରାମ ତାଙ୍କର ଦୁଇ ଉଭଣୀ । ନନ୍ଦିଗ୍ରାମରେ ବିଜେପିରୁ ପ୍ରାର୍ଥୀ ହେବେ ମମତାଙ୍କ ପୂର୍ବତନ ଘନିଷ୍ଠ ଶୁଭେନ୍ଦୁ ଅଧିକାରୀ । ସେ ଟିଏମସି ଛାଡ଼ି ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି । ଏଥର ନନ୍ଦିଗ୍ରାମର ବିଗ୍ ଫାଇଟ୍ ହେବ ।

Leave A Reply

Your email address will not be published.