Latest Odisha News

BREAKING NEWS

ବ୍ୟାନ୍‌ ହେବନି ପେଟ୍ରୋଲ, ଡିଜେଲ ଗାଡ଼ି: ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ବ୍ୟାନ୍‌ କରିବେ ନାହିଁ, ଏ ନେଇ ଚିନ୍ତା ମଧ୍ୟ କରାଯାଇନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।

ସଙ୍କଟରେ ଥିବା ଅଟୋ ମୋବାଇଲ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାରକୁ ଆଣିବାକୁ ସରକାର ଯଥାସମ୍ଭବ ସହାୟତା କରିବେ ବୋଲି ଗଡ଼କରୀ କହିଛନ୍ତି।ଅଟୋ ମୋବାଇଲ ସେକ୍ଟରରେ ଲାଗୁ ହୋଇଥିବା ଜିଏସ୍‌ଟି ହାର ହ୍ରାସ ଲାଗି ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥା ଏବଂ ଚାହିଦା-ଯୋଗାଣ ମଧ୍ୟରେ ତାଳମେଳ ନରହିବା କାରଣରୁ ଅଟୋମୋବାଇଲ ସେକ୍ଟର ମାନ୍ଦାବସ୍ଥାର ଶିକାର ହୋଇଛି, ଅର୍ଥ ମନ୍ତ୍ରଣାଳୟର ସହାୟତା ମିଳିବା ପରେ ମାତ୍ର ୪ ମାସ ଭିତରେ ଏହି ସେକ୍ଟର ପୁନର୍ବାର ଭଲ ସ୍ଥିତିକୁ ଫେରି ଆସିବ ବୋଲି ଗଡ଼କରୀ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ି ପ୍ରଚଳନକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି କିଛିଦିନ ତଳେ ସୂଚନା ପ୍ରକାଶ ପାଇଥିଲା। ନୀତି ଆୟୋଗ ତିନି ଚକିଆ ଗାଡ଼ିକୁ ୨୦୨୩ ଓ ୧୫୦ସିସିରୁ କମ୍‌ କ୍ଷମତାର ଦୁଇ ଚକିଆ ଗାଡ଼ିକୁ ୨୦୨୫ ସୁଦ୍ଧା ସଡ଼କରୁ ହଟାଇ ଦେବାକୁ ସୁପାରିସ୍‌ ମଧ୍ୟ କରିଥିଲା ।

Comments are closed.