Latest Odisha News

BREAKING NEWS

କେରଳ ସରକାରଙ୍କ ୟୁ ଟର୍ଣ୍ଣ; କହିଲେ ସୋସିଆଲ୍‌ ମିଡିଆ ଉପରେ ନିଷେଧାଦେଶ ଲାଗୁ କରାଯାଇ ନାହିଁ

ନୂଆଦିଲ୍ଲୀ: କେରଳ ପୋଲିସ ଅଧିନିୟମ ସଂଶୋଧନ ଅର୍ଡିନାନ୍ସକୁ ନେଇ ବିବାଦ ଲାଗି ରହିଥିବା ବେଳେ ବିଜୟନ ସରକାର ୟୁ ଟର୍ନ ନେଇଛନ୍ତି। ସୋସିଆଲ ମିଡିଆ ଉପରେ ନିଷେଧାଦେଶ ଲାଗୁ କରାଯାଇ ନାହିଁ ବୋଲି ସେ କହିଛନ୍ତି। ସିଏମ ପିନାରାଇ ବିଜୟନ ସ୍ପଷ୍ଟ କରିଛନ୍ତି ଯେ କେରଳ ପୋଲିସ ଅଧିନିୟମ ସଂଶୋଧନ ଅଧିନିୟମ ଘୋଷଣା ହେବା ପରଠାରୁ ବିଭିନ୍ନ ଲୋକଙ୍କଠାରୁ ଅନେକ ପରାମର୍ଶ ଆସିଛି।

କେରଳ ସିଏମ କହିଛନ୍ତି ଯେ ବିଶେଷ କରି ଯେଉଁମାନେ ଏହି ଆଇନକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି, ସେମାନେ ରାଜ୍ୟରେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏଲ୍ଡିଏଫ୍‌ କୁ ସମର୍ଥନ କରିଛନ୍ତି। ଏପରି ପରିସ୍ଥିତିରେ ଆମେ ଏହି ନିୟମ କାର୍ଯ୍ୟକାରୀ କରିବୁ ନାହିଁ। ଗୃହରେ ବିସ୍ତୃତ ଆଲୋଚନା ହେବ ଏବଂ ସମସ୍ତ ଦଳର ମତ ଜାଣିବା ପରେ ହିଁ ନିଷ୍ପତ୍ତି ନିଆଯିବ।

ଏହାପୂର୍ବରୁ ବଢୁଥିବା ବିବାଦ ସମ୍ପର୍କରେ ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ ଯେ କେରଳ ପୋଲିସ ଅଧିନିୟମ ସଂଶୋଧନର ଅଧ୍ୟାଦେଶ ଉପରେ ପୁନର୍ବିଚାର କରାଯିବ।

କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର ଦିନ ସିପିଏମ ନେତୃତ୍ୱାଧୀନ ଏଲଡିଏଫ ସରକାରଙ୍କ କେରଳ ପୋଲିସ ଅଧିନିୟମ ସଂଶୋଧନ ନିୟମକୁ ଅନୁମୋଦନ କରିଥିଲେ। ଏହି ନିୟମ ଅନୁଯାୟୀ ସୋସିଆଲ ମିଡିଆରେ ‘ଅପମାନଜନକ’ ପୋଷ୍ଟ କରିବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ତିନି ବର୍ଷ ଜେଲ କିମ୍ବା ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.