Latest Odisha News

BREAKING NEWS

ପଞ୍ଚଭୂତରେ ଲୀନ ହେଲେ ସୁଶୀଳା ଦେବୀ

ପୁରୀ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରଠାରେ ଶେଷ ହୋଇଛି । ସାନପୁଅ ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ନଭେମ୍ବର ପହିଲାରେ ସୁଶୀଳା ଦେବୀ କରୋନା ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହେବା ପରେ ମରଶରୀରକୁ ଶେଷ ଦର୍ଶନ ପାଇଁ ରାଜଭବନକୁ ଅଣାଯାଇଥିଲା । ବନ୍ଧୁ, ସମ୍ପର୍କୀୟ, ରାଜନୈତିକ ବ୍ୟକ୍ତି ବିଶେଷ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଥିଲା । ଏହା ପରେ ମରଶରୀରକୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯାଇଛି ।

Leave A Reply

Your email address will not be published.