ନୁଆଦିଲ୍ଲୀ: ଆଉ ନାହାନ୍ତି ଭାରତର ୧୪ ତମ ପ୍ରଧାନମନ୍ତ୍ରୀ ତଥା ଭାରତର ଅର୍ଥନୀତିକୁ ନୂଆ ଦିଗ ଦେଖାଇଥିବା ମହାନ୍ ବ୍ୟକ୍ତିତ୍ବ ଡକ୍ଟର ମନମୋହନ ସିଂହ । ଆଜି ତାଙ୍କୁ ଦେଶ ଝୁରୁଛି । ସୋସିଆଲ ମିଡିଆରେ ମନମୋହନଙ୍କ ପ୍ରତିଟି କଥା ପ୍ରତିଟି ଭିଡିଓ ସତେ ଯେପରି ହୃଦୟ ଛୁଉଁଛି । ଥରେ ସିଏ ତାଙ୍କ ଅଭିଭାଷଣ ରଖିବା ବେଳେ କହିପକାଇ ଥିଲେ, ମୁଁ କେବଳ ଭାଗ୍ୟବଶତଃ ଦେଶର ପ୍ରଧାନମନ୍ତ୍ରୀ ନଥିଲି, ଭାଗ୍ୟବଶତଃ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ବନିଥିଲି । ଯାହା ଶୁଣିବା ପରେ ହସରେ ଫାଟିପଡିଥିଲା ପୂରା କନଭେନସନ ହଲ୍ । ଯାହାର ଭିଡିଓ ଏବେ ୟୁଜର୍ସଙ୍କ ମନ ଛୁଇଁଛି ।
ତେବେ ୨୦୧୯ ମସିହାରେ ‘ଚେଞ୍ଜିଙ୍ଗ୍ ଇଣ୍ଡିଆ’ ନାମକ ପୁସ୍ତକରେ ଉନ୍ମୋଚନ ଅବସରରେ କିଛି ଏପରି ମତ ରଖିଥିଲେ ମନମୋହନ । ଯେତେବେଳେ ତାଙ୍କୁ କେହି କୁହେ ସେ ସେ ଜଣେ ଆକ୍ସିଡେଣ୍ଟାଲ ପିଏମ, ଏହାର ଉତ୍ତରରେ ମନମୋହନ କହିଥିଲେ ମୁଁ କେବଳ ଜଣେ ଆକ୍ସଡେଣ୍ଟାଲ ପ୍ରଧାନମନ୍ତ୍ରୀ ନୁହେଁ, ଜଣେ ଆକ୍ସିଡେଣ୍ଟାଲ ଅର୍ଥମନ୍ତ୍ରୀ ମଧ୍ୟ ।
ଯାହାକୁ ନେଇ ନେଇ ସେ ଉଲ୍ଲେଖ କରିଥିଲେ, ନରସିଂହା ରାଓଙ୍କ ସରକାର ସମୟରେ ଦିନେ ମୁଁ ନିଜ ଅଫିସରେ ୟୁଜିସି ମିଟିଙ୍ଗରେ ବସିଥିଲି। ଠିକ୍ ସେହି ସମୟରେ ନରସିଂହା ରାଓ ଫୋନ୍ କରି କେଉଁଠି ଅଛ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମୁଁ ଅଫିସରେ ଥିବା କଥା କହିଥିଲି। ସେ ତା ପରେ ମୋତେ କହିଥିଲେ, ଆପଣଙ୍କୁ କ’ଣ ପିସି ଆଲେକଜାଣ୍ଡର କିଛି କହିନାହାନ୍ତି, ଆମେ ଆପଣଙ୍କ ପାଇଁ କ’ଣ ରଖିଛୁ । ଏହାପରେ ମୁଁ ଜବାବ ରଖିଥିଲି ମୁଁ ତାଙ୍କ କଥାକୁ ବିଶ୍ବାସ କଲି ନାହିଁ । ଏହାପରେ ସଙ୍ଗେ ସଙ୍ଗେ ନରସିଂହା ରାଓ କହିଥିଲେ, ନାହିଁ.. ଜଲଦି ଯାଅ ଆଉ ପୋଷାକ ପରିଧାନ କରି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦିଅ । ଆଉ ଏହିଭଳି ଭାବେ ମୁଁ ଅର୍ଥମନ୍ତ୍ରୀ ହୋଇଥିଲି ବୋଲି କହିଥିଲେ ମନମୋହନ ।
Comments are closed.