ଭୁବନେଶ୍ବର: ବିଜ୍ଞାନ କୁହେ, ଶରୀରର କମାଣ୍ଡର ବା ନିର୍ଦ୍ଦେଶକ ହେଉଛି ଆମ ମସ୍ତିସ୍କ । ଏହା ଆମ ଇନ୍ଦ୍ରିୟକୁ ପରିଚାଳିତ କରିଥାଏ । ଏଥିସହିତ ଇନ୍ଦ୍ରିୟ ଦ୍ବାରା ହେଉଥିବା କାର୍ଯ୍ୟକୁ ମଧ୍ୟ ମସ୍ତିସ୍କ ଗଚ୍ଛିତ କରି ରଖିଥାଏ । ମସ୍ତିସ୍କ ହିଁ ହେଉଛି ସେହି ଅଙ୍ଗ, ଯେଉଁଥିରେ ସବୁ ମେମୋରିଜ୍ ଷ୍ଟୋର ହୋଇଥାଏ । ଯାହା ଉପରେ ଆମର ସ୍ବରଣ ଶକ୍ତି ନିର୍ଭର କରିଥାଏ । କିନ୍ତୁ ଏହି ନିକଟରେ ହୋଇଥିବା ଅଧ୍ୟୟନ ଏବେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆଣିଛି । କେବଳ ମସ୍ତିସ୍କ ନୁହେଁ, ବୃକକ୍ ମଧ୍ୟ ସ୍ମୃତି ଗଚ୍ଛିତ କରି ରଖିଥାଏ ବୋଲି ଦାବି କରିଛି ।
ନ୍ୟୁୟର୍କ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ଦାବି କରିଛି, ମସ୍ତିସ୍କ ବାହାରେ ମଧ୍ୟ କୋଷଅଙ୍ଗିକାମାନଙ୍କର ସ୍ମୃତି ରହିଛି । କିଛି କୋଷିକା ଏମିତି ରହିଛି, ଯାହାଙ୍କର ସାମର୍ଥ୍ୟ ଗଚ୍ଛିତ କରିବା ସହିତ ମସ୍ତିଷ୍କ କୋଷଠାରୁ ଅଧିକ ସ୍ମୃତି ବିଷୟରେ ମଧ୍ୟ ଆମର ବୁଝାମଣାକୁ ଆହୁରି ବିସ୍ତାର କରିଥାଏ । ନେଚର କମ୍ୟୁନିକେସନରେ ପ୍ରକାଶିତ ଏହି ତଥ୍ୟ କହୁଛି, ଆମ ଶରୀରର ଅନ୍ୟ କୋଷକୁଡିକ ମଧ୍ୟ ସ୍ମୃତି ଗଚ୍ଛିତ କରିବା ସହିତ ଆମେ କରୁଥିବା କାର୍ଯ୍ୟକୁ ମଧ୍ୟ ଷ୍ଟଡି କରନ୍ତି ।
ତେବେ କିଛି ଶିଖିବା ଏବଂ ସ୍ମରଣ କରିବାର କ୍ଷମତା ଖାଲି ମସ୍ତିସ୍କ ପାଖରେ ଥିବା ଧାରଣା ରହିଥିବା ବେଳେ ବିଶ୍ବବିଦ୍ୟାଳୟ ବୈଜ୍ଞାନିକମାନେ ଏହା ଦେଖିବାକୁ ଚାହୁଁଥିଲେ କ’ଣ ମସ୍ତିସ୍କ କୋଷ ଭଳି ଆମ ଶରୀରରେ ଅନ୍ୟ କିଛି କୋଷ ରହିଛି, ଯାହାର ମସ୍ତିସ୍କ ଭଳି ସମାନ କ୍ଷମତା ରହିଛି । ଯାହାକୁ ପରୀକ୍ଷା କରିବାକୁ ଯାଇ ସେମାନେ ସ୍ପେସ୍ ରିପିଟେସନ ଅର୍ଥାତ୍ ଭିନ୍ନ ଭିନ୍ନ ସମୟ ଅନ୍ତରାଳରେ ସମାନ ଗବେଷଣାର ପୁନରାବୃତ୍ତି, ଭାବରେ ଜଣାଶୁଣା ଏକ ପଦ୍ଧତି ବ୍ୟବହାର କରିଥିଲେ । ଯାହା ଦର୍ଶାଏ ଯେ ଯେତେବେଳେ ରିଭ୍ୟୁ ସଂକ୍ଷିପ୍ତ ଏବଂ ସ୍ପେସ୍-ଆଉଟ୍ ସେସନରେ ସମୀକ୍ଷା କରାଯାଏ, ତାହା ତଥ୍ୟ ଠିକ୍ ଭାବରେ ପ୍ରଦାନ କରିଥାଏ ।
ଯେଉଁଥିରେ ଗବେଷକମାନେ ଦୁଇପ୍ରକାରର ଅଣ-ମସ୍ତିସ୍କ କୋଷ ବ୍ୟବହାର କରିଥିଲେ । ଗୋଟେ ହେଲା ସ୍ନାୟବିକ ଟିସୁ ଏବଂ ଅନ୍ୟଟି ହେଲା ବୃକକ୍ ଟିସୁ । ଯାହାକୁ ନେଇ ସେମାନେ ସମାନ ପ୍ରଣାଳୀରେ, କେମିକାଲ ସିଗଲାନ୍ ଦେବା ସହିତ ମସ୍ତିସ୍କ କାମ କଲା ବେଳେ ଯେପରି ନ୍ୟୁରୋଟ୍ରାନ୍ସମିଟରକୁ ମୁକ୍ତ କରେ ତାହାର ଅନୁକରଣ କରାଇଲେ ।
ଏହି ପରୀକ୍ଷଣରେ ଗବେଷକମାନେ ଦେଖିବାକୁ ପାଇଲେ ଯେ, ଆମ ଶରୀରର କିଛି କୋଷ ଅଙ୍ଗିକା ଯେପରି ସ୍ନାୟୁ ଏବଂ ବୃକକ ଟିସୁ ମଧ୍ୟ ମସ୍ତିସ୍କ ଭଳି ସମାନ ଢଙ୍ଗରେ ମନେରଖିବା ଭଳି କାର୍ଯ୍ୟ କରୁଛି । ଏଥିସହିତ ସେ ଏହା ବି ମାର୍କ କରିଥିଲେ ଯେ କିଛି କାର୍ଯ୍ୟର ମଝିରେ ଯଦି କିଛି ସିଗନାଲ ମିଳୁଛି, ତାହାଲେ ଏହି କୋଷ ଗୁଡିକ ମସ୍ତିସ୍କ ଭଳି ପ୍ରତିକ୍ରିୟା କରୁଛନ୍ତି । ଯେତେବେଳେ କିଛି ସଙ୍କେତ ବାରମ୍ବାର ଆସୁଛି, ସେତେବେଳେ ଏଠି ପ୍ରତିକ୍ରିୟା ଅଧିକ କ୍ରିୟାଶୀଳ ହେଉଛି । ଯାହା ଦର୍ଶାଉଛି, ଯେ ଏହି କୋଷଗୁଡିକ ମଧ୍ୟ ମସ୍ତିସ୍କ ଭଳି ସ୍ପେସ୍ ସିଗନାଲରୁ ତଥ୍ୟ ସଂଗ୍ରହ କରିପାରୁଛି । ଆଉ ତାକୁ ଷ୍ଟୋର୍ ବି କରୁଛି ।
ଯାହାକୁ ନେଇ ଗବେଷକ ମତ ଦେଇଛନ୍ତି, ଏହି ଗବେଷଣା ମେମୋରି ଗବେଷଣାକୁ ଏକ ନୂଆ ଦିଶା ଦେଖାଇଛି । ଯାହା ଶରୀରରେ ସ୍ମୃତିର ଭୂମିକାକୁ କିପରି ବିଚାର କରାଯାଏ ତାହା ପରିବର୍ତ୍ତନ କରିପାରିବ | ଯେହେତୁ ଶରୀରରେ ଥିବା କୋଷଗୁଡିକ ବାରମ୍ବାର ପ୍ରକ୍ରିୟାରୁ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ, ତେଣୁ ଏହି କୋଷିକା ସ୍ମୃତି ମେଟାବୋଲିକ୍ ହେଲଥ୍ ଏବଂ କ୍ୟାନସର ଚିକିତ୍ସାର ଆଭିମୁଖ୍ୟ ଉପରେ ପ୍ରଭାବ ପକାଇପାରେ ।