Latest Odisha News

ନୂଆ ଦଳ ଗଢ଼ିପାରନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ : କଂଗ୍ରେସକୁ ଲାଗିପାରେ ଶକ୍ତି ଝଟକା । କାରଣ ନୂଆ ଦଳ ଗଢ଼ିପାରନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଏନେଇ ଖୁବଶୀଘ୍ର ଘୋଷଣା କଧ୍ୟ କରିପାରନ୍ତି । କଂଗ୍ରେସରୁ ୨୦ ଜଣ ନେତା ନିଜ ନିଜ ପଦବୀରୁ ଇସ୍ତଫା ଦେବା ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଜାମ୍ମୁ ଓ କାଶ୍ମୀରରେ ଗୁଲାମନବୀ ଆଜାଦ ବିଭିନ୍ନ ବୈଠକ ଜାରି ରଖିଛନ୍ତି । ତେଣୁ ଖୁବଶୀଘ୍ର ସେ ଏକ ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ଚର୍ଚଚା ଜୋର ଧରିଛି ।

ଏଭଳି ଚର୍ଚ୍ଚା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଗୁଲାମ ନବୀ । ସେ କୌଣସି ନୂଆ ଦଳ ଗଠନ କରୁନାହାନ୍ତି ବୋଲି କହିଛନ୍ତି । ଏପରିକି ଏନେଇ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ । ଜାମ୍ମୁ ଓ କାଶ୍ମୀର ଉପରୁ ରାଜ୍ୟପାହ୍ୟା ମାନ୍ୟତା ପରଠାରୁ ନୀରବ ଥିବା ଆଜାଦ ଏବେ ବେଶ୍ ସକ୍ରିୟ ହୋଇଛନ୍ତି । ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ଅମଳରୁ କଂଗ୍ରେସର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହି ଆସିଛନ୍ତି । ସେହିପରି ସେ ରାଜନୀତି ଛାଡିବେ ନାହିଁ । ବରଂ ଲକ୍ଷ ଲକ୍ଷ ସମର୍ଥକଙ୍କ ସହ ରହିବେ ବୋଲି କହିଛନ୍ତି ଗୁଲାମନବୀ ଆଜାଦ ।

Leave A Reply

Your email address will not be published.