Latest Odisha News

BREAKING NEWS

ଜ୍ୟାକଲିନଙ୍କ ଗୁମର ଖୋଲୁଛି, ସୁକେଶ ଦେଇଛନ୍ତି ୧୦ କୋଟି ଟଙ୍କାର ଉପହାର

ମୁମ୍ବାଇ: ବଲିଉଡ ଅଭିନେତ୍ରର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଗୁମର ଖୋଲିବାରେ ଲାଗିଛି । ୨୦୦ କୋଟି ଠକେଇ ମାମଲାରେ ଇଡି ସ୍କାନରକୁ ଆସିଥିବା ଜ୍ୟାକଲିନ ଏବଂ ନୋରା ଫତେହି ଏବେ ଅଡୁଆରେ ପଡି ଯାଇଛନ୍ତି । ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ୧୦ କୋଟି ଟଙ୍କାର ଉପହାର ଜ୍ୟାକଲିନଙ୍କୁ ଦେଇଥିବା ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି ।

ପୂର୍ବରୁ ସୁକେଶ ଏବଂ ତାଙ୍କ ପତ୍ନୀ ଲୀନା ପଲଙ୍କଠାରୁ ନୋରା ଏକ ବିଏମଡବ୍ଲ୍ୟୁ କାର ଉପହାର ପାଇଥିଲେ । ଇଡି ଆଉ ଜଣେ ଅଭିନେତ୍ରୀ ୟାମି ଗୌତମଙ୍କୁ ଏ ନେଇ ପଚରାଉଚରା କରୁଛି । ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ୫୨ ଲକ୍ଷ ଟଙ୍କାର ଘୋଡା, ୯ଲକ୍ଷର ପାର୍ସି ବିଲେଇ, ଅଳଙ୍କାର, ହୀରା ପ୍ରଭୃତି ଦାମୀ ଉପହାର ଦେଇଛନ୍ତି ।

Leave A Reply

Your email address will not be published.