Latest Odisha News

BREAKING NEWS

[ ଭିଡ଼ିଓ] ପୁରୀ ପାଖ ଦେଇ ଚାଲିଯିବ ‘ଜୱାଦ’

ଭୁବନେଶ୍ବର: ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରରେ ରହିଛି ।

ଗତ ୬ ଘଂଟା ହେବ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି ଜୱାଦ ।

ପୁରୀ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୭୦ କିଲୋମିଟର, ଗୋପାଳପୁରଠାରୁ ୧୦୦ କିଲୋମିଟର ଓ ପାରାଦିପ ଠାରୁ ୧୫୦ କିଲୋମିଟର ଦୁରରେ ରହିଛି ଜୱାଦ । ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଗତ ୪ଘଣ୍ଟା ମଧ୍ୟରେ ପାରାଦ୍ୱୀପରେ ସର୍ବାଧିକ ୬୩ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.