Latest Odisha News

BREAKING NEWS

ରୋହିତ, କୋହଲି ନୁହେଁ ଏହି ଖେଳାଳିଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି ବୁମରାହ

ମୁମ୍ବାଇ: ଭାରତର ଏକ ନମ୍ବର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଆଇପିଏଲରେ ମଧ୍ୟ ଘାତକ ବୋଲିଂ ପ୍ରଦର୍ଶନ ଜାରୀ କରିଛନ୍ତି । ଏବେ ବି ବ୍ୟାଟ୍ସମାନମାନେ ତାଙ୍କ ୟର୍କରର ଜବାବ ଖୋଜୁଛନ୍ତି । ତେବେ ବୁମରାହ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି ତାର ଖୁଲାସା କରିଛନ୍ତି । ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କ ଅପେକ୍ଷା ରୋମାରିଓ ଶେଫାର୍ଡଙ୍କୁ ବୋଲିଂ କରିବାକୁ ଭୟ ଲାଗୁଛି । ସେ ଯେଉଁଭଳି ଢ଼ଙ୍ଗରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବ୍ୟାଟିଂ ପ୍ରଦର୍ଶନ କରିଲେ ମୋତେ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ଯାହା ହେଉ ସେ ଆମ ଟିମ ସହିତ ଅଛନ୍ତି ।

ଶେଫାର୍ଡ ମାତ୍ର ୧୦ ବଲରେ ୩୯ ରନ କରିବା ଯୋଗୁ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ବଡ ସ୍କୋର କରିବାରେ ସଫଳ ହୋଇଥିଲା । ବୁମରାହ ଆଇପିଏଲରେ ପ୍ରଥମ ଭାରତୀୟ ପେସ ବୋଲର ଭାବେ ୧୫୦ ୱିକେଟ ହାସଲ କରିଛନ୍ତି । ମୁମ୍ବାଇ ବିଜୟଧାରାକୁ ଫେରିଥିବାରୁ ଆମେ ଖୁସି ଅଛୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.