Latest Odisha News

ମୁଁ ବିଜେପିରେ ଅଛି, ଖୁବଶୀଘ୍ର ରାଉଲକେଲା ପ୍ରାର୍ଥୀତ୍ୱ ସ୍ଥିର କରିବ ଦଳ: ଦିଲୀପ ରାୟ

ରାଉରକେଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଦିଲୀପ ରାୟ ଦିଲ୍ଲୀରୁ ଫେରିବା ପରେ ରାଉରକେଲାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଦିଲୀପ ରାଏଙ୍କ ସହିତ ବିଜେପିର ସୁନ୍ଦରଗଡ଼ ସଂସାଦ ପ୍ରାର୍ଥୀ ଜୁଏଲ୍ ଓରାମ ମଧ୍ୟ ରହିଥିଲେ। ସାଧାରଣ ଲୋକ ଓ ବିଜେପି କର୍ମୀମାନେ ତାଙ୍କୁ ବାଣ ଫୁଟାଇ ସ୍ୱାଗତ କରିଛନ୍ତି। ଯାହା ଦେଖି ଭାବବିହ୍ୱଳ ହୋଇଗଲେ ଦିଲୀପ।

ଦିଲୀପ କହିଛନ୍ତି, “ମୁଁ ବିଜେପିରେ ଅଛି। ବିନା ନିର୍ବାଚନରେ ଲୋକ ମୋତେ ଜିତାଇ ସାରିଲେଣି। ଖୁବଶୀଘ୍ର ରାଉଲକେଲା ପ୍ରାର୍ଥୀତ୍ୱ ସ୍ଥିର କରିବ ଦଳ। ଦଳ ଯାହା ନିଷ୍ପତ୍ତି ନେବ ତାହା ସ୍ୱାଗତ ଯୋଗ୍ୟ ହେବ। ନିର୍ବାଚନ ପାଇଁ ଲୋକମାନେ ପ୍ରସ୍ତୁତ ଅଛନ୍ତି। ମୁଁ ବି ପ୍ରସ୍ତୁତ ଅଛି। ରାଉରକେଲାବାସୀଙ୍କ ନିଷ୍ପତ୍ତି ମୋ ନିଷ୍ପତ୍ତି। ରାଉରକେଲାବାସୀଙ୍କୁ ମୁଁ ହାତ ଯୋଡ଼ି ଧନ୍ୟବାଦ ଜଣାଉଛି। ମୋ ଇସ୍ତଫାପତ୍ର ଗ୍ରହଣ ହୋଇ ନାହିଁ। ମୁଁ ବିଜେପିରେ ଅଛି।” ସୂଚନା ଥାଉକି ଦିଲୀପ ବିଜେପି ଟିକେଟରେ ରାଉରକେଲାରୁ ଲଢ଼ିବେ ବୋଲି ପୂର୍ବରୁ ଜୁଏଲ କହି ସାରିଥିଲେ। କିନ୍ତୁ ଆଜି ଦିଲୀପ ରାୟ ଏପରି ଏକ ବଡ଼ ବୟାନ ଦେଇଛନ୍ତି।

ଦିଲ୍ଲୀପ ରାୟ ୨୦୧୮ରେ ସେ ବିଜେପି ଛାଡି ରାଜନୈତିକ ହଟଚମଟ କରିଥିଲେ। ତେବେ ନିକଟରେ ଘଟିଥିବା ଘଟଣା ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପୁଣି ଚର୍ଚ୍ଚା ସୃଷ୍ଟି କରିଥିଲା। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇଛନ୍ତି ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାଗ ନେବାକୁ ଅନୁମତି ଦେଇଛନ୍ତି। ଲୋକଙ୍କ ସେବା କରିବା ଏବଂ ନିଜର ରାଜନୈତିକ କ୍ୟାରିୟରକୁ ପୁନରୁଦ୍ଧାର କରିବା ପାଇଁ ଏହି ରାୟ ଦିଲୀପ ରାୟଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ।

Leave A Reply

Your email address will not be published.