Latest Odisha News

ବିରୋଧୀଙ୍କ ପରବର୍ତ୍ତି ବୈଠକ ସିମ୍‌ଲା ନୁହେଁ ବେଙ୍ଗାଲୁରୁରେ ହେବ: ଶରଦ ପାୱାର

ନୂଆଦିଲ୍ଲୀ: ପରବର୍ତ୍ତୀ ବିରୋଧୀ ଦଳର ବୈଠକ ସିମ୍‌ଲାରେ ନୁହେଁ, ବେଙ୍ଗାଲୁରୁରେ ହେବ। ଜୁଲାଇ ୧୩ ଓ ୧୪ ହେବ ବୋଲି ଏନ୍‌ସିପି ମୁଖ୍ୟ ଶରତ ପୱାର ଘୋଷଣା କରିଛନ୍ତି। ତେବେ ପାଟନାରେ ବିରୋଧୀଙ୍କ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖିଖୁ ନିଦ ନାହିଁ ବୋଲି ଶରତ ପାୱାର କଟାକ୍ଷ କରିଛନ୍ତି। ଏହା ପୂର୍ବରୁ ଜୁନ୍ ୨୩  ତାରିଖରେ ବିହାର ପଟାନାରେ ନୀତୀଶ କୁମାରଙ୍କ ନେତୃତ୍ୱରେ ବିରୋଧୀ ବୈଠକ ହୋଇଥିଲା। ଏଥିରେ ୧୫ରୁ ଅଧିକ ବିରୋଧୀ ଦଳର ନେତା ଯୋଗ ଦେଇ ପରବର୍ତ୍ତି ବୈଠକ ସିମ୍‌ଲାରେ ହେବ ବୋଲି ଘୋଷଣା କରିଥିଲେ।

ପାଟନା ବୈଠକର କଂଗ୍ରେସ ସମେତ ୧୭ ଟି ବିରୋଧୀ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପରସ୍ପର ମଧ୍ୟରେ ଥିବା ମତଭେଦକୁ ଭୁଲି ୨୦୨୪ ଲୋକସଭା ନିର୍ବାଚନରେ ମିଳିମିଶି ଲଢ଼ିବେ ବୋଲି ନିଷ୍ପତ୍ତି ହୋଇଥିଲା। ଶିଟ୍ ଶେୟାର ନେଇ ମଧ୍ୟ ଦଳମଧ୍ୟରେ ଆଲୋଚନା ହୋଇଥିଲା।

ଦଳର ମିଳିତ ରଣନୀତି ପ୍ରସ୍ତୁତ କରିବା ପାଇଁ ସେମାନେ ଦ୍ୱିତୀୟ ବୈଠକ ପାଇଁ ଶିମଲାକୁ ସ୍ଥିର କରିଥିଲେ। ଏବେ ଏହା ଜୁଲାଇ ୧୩ ଓ ୧୪ରେ ବେଙ୍ଗାଲୁରୁରେ ହେବ ବୋଲି ନିଷ୍ପତ୍ତି ହୋଇଛି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବୈଠକ ହେବ। ଏଥିରେ ନିର୍ବାଚନ ଯୋଜନା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି ଶରଦ କହିଛନ୍ତି।

ଗତ ଥର ନୀତୀଶ କୁମାରଙ୍କ ପାଟନା ସ୍ଥିତ ବାସଭବନରେ ଆୟୋଜିତ ହୋଇଥିବା ପ୍ରଥମ ବୈ ଠକରେ ବିଭିନ୍ନ ଦଳର ୩୨ରୁ ଅଧିକ ନେତା ଯୋଗ ଦେଇଥିଲେ। ତେବେ ପ୍ରକୃତରେ ବିଜେପି ବିରୋଧରେ କେତେ ନେତା ମେଳି ବନ୍ଧିଥିବା ସ୍ପଷ୍ଟ ହୋଇ ନାହି। ମମତା ଅନ୍ୟ ଓ ସହଯୋଗୀ ଦଳ ୧୭ କହୁଥିବା ବେଳେ ୟେଚୁରୀ କହୁଛନ୍ତି ୧୫ ଦଳ।

ବର୍ତ୍ତମାନର ଲୋକସଭାରେ, ୫୪୩ ଟି ଆସନ ମଧ୍ୟରୁ ଏହି ବିରୋଧୀ ଦଳମାନଙ୍କରେ ୨୦୦ରୁରୁ କମ୍ ଆସନ ରହିଛି। ତେବେ ଥର ୩୦୦ରୁ ଅଧିକ ଆସନ ଅକ୍ତିଆର କରିବେ ବୋଲି ସେମାନେ ଆଶା ରଖୁଛନ୍ତି। ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ କଂଗ୍ରେସ ରହିଥିବା ବେଳେ ୨୦୧୯ ରେ ଦଳ ମାତ୍ର ୫୨ ଟି ଆସନ ଜିତିଥିଲା। ୨୦୧୪ରେ ଗତ ପ୍ରଦର୍ଶନ ଠାରୁ ସାମାନ୍ୟ ଉନ୍ନତି ମାତ୍ର 44 ଆସନ ଜିତିଥିଲା।

Leave A Reply

Your email address will not be published.