Latest Odisha News

BREAKING NEWS

ଯାତ୍ରୀବାହୀ ବସ୍ ଓଲଟି ଜଣେ ମୃତ, ୧୫ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଜଣ ଆହତ । ଭଦ୍ରକ ଜିଲ୍ଲା ସାବରଙ୍ଗ ହାଇସ୍କୁଲ୍ ନିକଟରେ ଘରୋଇ ଯାତ୍ରୀବାହୀ ବସ୍ କ୍ରିଷ୍ଣା ଦୁର୍ଘଟଣାଗ୍ରସ୍ତ ହୋଇଛି । ଘରୋଇ ବସ୍ ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।

ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ, ଘରୋଇ ବସ୍ ‘କ୍ରିଷ୍ଣା’ ଭଦ୍ରକ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେଇ ବାସୁଦେବପୁର ଅଭିମୁଖେ ଯାଉଥିଲା । ତେବେ ବସ୍ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟା ଠିକ୍ ନଥିଲା । ସେ ଅସୁସ୍ଥ ଅନୁଭବ କରିବାରୁ ମାଲିକ ଅନ୍ୟ ଜଣେ ଡ୍ରାଇଭରଙ୍କୁ ପଠାଉଥିଲେ ।

ଭଦ୍ରକ ବ୍ଲକର ସାବରଙ୍ଗ ହାଇସ୍କୁଲ୍ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଲୋକେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ମେଡିକାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

Leave A Reply

Your email address will not be published.