Latest Odisha News

BREAKING NEWS

ବିରୋଧୀଙ୍କ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ସମୀରଙ୍କ ଖଣ୍ଡନ, ବ୍ୟସ୍ତ ନହେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ

ଭୁବନେଶ୍ୱର : ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ନେଇ ବିରୋଧୀଙ୍କ ଆକ୍ରମଣ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥିରେ କିଛି ସତ୍ୟତା ନଥିବା ଓ ପ୍ରଶ୍ନପତ୍ର ଲିକ୍ ହୋଇନି ବୋଲି ସ୍ପଷ୍ଟ କରିଛନ୍ତି ସମୀର । ଏ ନେଇ ସେ ବୋର୍ଡ ସଭାପତି, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ, ପୁରୀ ଜିଲ୍ଲାପାଳଙ୍କ ସହ କଥା ହୋଇଥିବା କହିବା ସହ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ବିରୋଧୀଙ୍କୁ ପ୍ରସଙ୍ଗ କରିବାକୁ ଅନ୍ୟ ବହୁ ବିଷୟ ଅଛି, ତେଣ ଏହାକୁ ନେଇ ରାଜନୀତି କରିବା ଛାଡ଼ନ୍ତୁ ।

ଚଳିତ ମାଟ୍ରିକ ପରୀକ୍ଷାର ମୁଦ୍ରଣ ଜନିତ ତ୍ରୁଟି ଥିଲା, ତେବେ ଛାତ୍ରଛାତ୍ରୀ କି ଅଭିଭାବକ ବ୍ୟସ୍ତ ହେବା ଦରକାର ନାହିଁ ବୋଲି ସମୀର କହିଛନ୍ତି। ମାର୍କିଂ ସମୟରେ ପିଲାମାନଙ୍କ ସ୍ୱାର୍ଥକୁ ଦେଖା ଯିବ। ଏଥର ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଆଜି ଶେଷ ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.