ଉତ୍ତରାଖଣ୍ଡ: ପରିବେଶବିତ୍ ତଥା ଚିପ୍କୋ ଆନ୍ଦୋଳନର ଅଗ୍ରଗାମୀ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ ହୋଇଛି। ସେ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ଥିଲେ। ଆଜି ଏମ୍ସଠାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।
ଭାରତର ଅନ୍ୟତମ ଜଣାଶୁଣା ପରିବେଶବିତ୍ ବହୁଗୁଣା କରୋନା ସଂକ୍ରମିତ ହେବା ପରେ ମେ ୮ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଗତକାଲି ରାତିରେ ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ସେ ଗୁରୁତର ହୋଇପଡିଥିଲେ ଏବଂ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Comments are closed.