Latest Odisha News

BREAKING NEWS

ପୁଣି ହସ୍ପିଟାଲରେ ଆଡମିଟ ହେଲେ ଏନସିପି ସୁପ୍ରିମୋ, ଆଜି ଶରଦ ପାଓ୍ୱାରଙ୍କ ହେବ ଅପରେସନ

ମୁମ୍ୱାଇ: ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୁଣିଥରେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ଗତକାଲି ତାଙ୍କୁ ମୁମ୍ୱାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ତାଙ୍କ ଗଲ୍ଫ ବ୍ଲାଡରରେ  ଅପରେସନ ହେବ ବୋଲି ଜଣାପଡିଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାଓ୍ୱାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନସିପି ନେତା ନୱାବ ମଲ୍ଲିକଙ୍କ ଏନେଇ ସୂଚନା ପ୍ରଦାନ କରିଛନ୍ତି । 

ଗତ ମାସରେ ପାଓ୍ୱାରଙ୍କର ପେଟରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପାଓ୍ୱାରଙ୍କ ଗଲ୍ପ ବ୍ଲାଡରରେ ସମସ୍ୟା ଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏହାପରେ ଡାକ୍ତର ତାଙ୍କର ଅପରେସନ କରିବାକୁ ନିଷ୍ପତ୍ତି ନେଇଥିଲେ । ହସ୍ପିଟାଲରୁ ଡିସଚାର୍ଜ ହୋଇ ୭ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏବେ ପୁଣି ୧୪ ଦିନ ପରେ ପାଓ୍ୱାର ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ଆଜି ତାଙ୍କର ଅପରେସନ ହେବାକୁ ଯାଉଛି । 

Leave A Reply

Your email address will not be published.