Latest Odisha News

BREAKING NEWS

ପରଲୋକରେ ବରିଷ୍ଠ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୟ ପଣ୍ଡା

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରର ଲୋକପ୍ରିୟ ବରିଷ୍ଠ ଡାକ୍ତର ସଞ୍ଜୟ ପଣ୍ଡା । ୪୯ ବର୍ଷ ବୟସରେ ଚେନ୍ନାଇର ରିଲା ହସ୍ପିଟାଲରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ସେ ରୁଟିନ୍ ଚେକ ଅପ୍ ପାଇଁ ଯାଇଥିଲେ । ନିକଟରେ କରୋନା ସଂକ୍ରମିତ ହୋଇଥିଲେ ଡାକ୍ତର ପଣ୍ଡା । ପରେ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟ ଶାରୀରିକ ସମସ୍ୟାର ଦେଖାଦେଇଥିଲା ।

୧୯୯୫ରେ ଏସସିବି ମେଡିକାଲ କଲେଜରୁ ଏମବିବିଏସ ପାସ କରିବା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ପୋଷ୍ଟ ଗ୍ରାଜୁଏଟ ଶେଷ କରିଥିଲେ । ଏହାପରେ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରରେ ଯୋଗ ଦେଇଥିଲେ ଡାକ୍ତର ସଞ୍ଜୟ ପଣ୍ଡା । ତାପୂର୍ବରୁ କଟକ ବକ୍ସିବଜାର ଠାରେ ପଣ୍ଡା ମେଡିକାଲ ସେଣ୍ଟର ପ୍ରତିଷ୍ଠା କରିଥିଲେ । ସର୍ଜିକାଲ ଆଙ୍କୋଲୋଜିଷ୍ଟ ଭାବରେ ସେ ଜଣାଶୁଣା ଥିଲେ ।

ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରର ଅବସରପ୍ରାପ୍ତ ବିଶିଷ୍ଟ କ୍ୟାନସର ଅଙ୍କୋଲୋଜିଷ୍ଟ ଡାକ୍ତର କୃପାସିନ୍ଧୁ ପଣ୍ଡା ଓ ଏସସିବି ମେଡିକାଲ କଲେଜର ମେଡିସିନ ବିଭାଗ ମୁଖ୍ୟ ଭାବେ ଅବସର ନେଇଥିବା ଡାକ୍ତର ଅନ୍ନପୂର୍ଣ୍ଣା ଦାଶଙ୍କ ବଡ ପୁଅ ସଞ୍ଜୟ ପଣ୍ଡା ।

ତାଙ୍କ ପରିବାର ଦ୍ଵାରା ପ୍ରତିଷ୍ଠିତ ହୋଇଛି କଟକ ପଣ୍ଡା ମେଡିକାଲ ସେଣ୍ଟର,  ଗୁଡ଼ଲକ ହସ୍ପିଟାଲ ଓ ତେଲେଙ୍ଗାପେଣ୍ଠ ଏଚସିଜି ପଣ୍ଡା କ୍ୟୁରୀ କ୍ୟାନସର ହସ୍ପିଟାଲ ଓ ପଶ୍ଚିମ ଓଡ଼ିଶାର ପ୍ରଥମ କ୍ୟାନସର ହସ୍ପିଟାଲ ପଣ୍ଡା ବିକାଶ କ୍ୟାନସର ହସ୍ପିଟାଲ ।

ସଞ୍ଜୟ ନିଜ ପରିବାର ମାଧ୍ୟମରେ କ୍ୟାନସର କେୟାର ପାଇଁ ସଚେତନତା ଅଭିଯାନ ଜାରି ରଖିଥିଲେ କ୍ଷ ଜଣେ ମେଳାପୀ, ସାହାଯ୍ୟ ମନୋବୃତ୍ତି ଓ ପରୋପକାରୀ ଡାକ୍ତର ଭାବେ ପରିଚିତ ଥିଲେ ସଞ୍ଜୟ ପଣ୍ଡା । ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.